ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଅଧିରକାରୀ ହୋଇ ଲୋକଙ୍କ ସେବା କରିବେ ସ୍ୱପ୍ନ ଦେଖିଥିଲେ । ସ୍ୱଚ୍ଛ ସେବା ଦେବେ ବୋଲି କହୁଥିଲେ, କିନ୍ତୁ ତାହା କମ ପ୍ରତିଫଳିତ ହେଉଛି । ଆଇଏଏସ, ଓଏଏସ ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ । ଦୁର୍ନୀତି କରି ଜେଲ ଯିବାର ଖବର ସେହି ଖବରକାଗଜରେ ଆସୁଛି ।କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଓ ବିଚାରଧାରାକୁ ବିକି ଦେଉଛନ୍ତି । ଏହା ଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡିବନି ।










