ପାଟଣାଗଡ଼ : ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ ବିଭାଗର ଧରପଗଡ଼ ପରେ ବି କମୁଛି ଲାଞ୍ଚ କାରବାର । ଏହାରି ଭିତରେ ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । ସେ ହେଉଛନ୍ତି ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶ୍ରୀ ସାହୁ ଧରାପଡ଼ିଛନ୍ତି । ମନରେଗାରେ ହୋଇଥିବା ଏକ କାର୍ଯ୍ୟର ବିଲ କରାଇ ଦେବାକୁ ଶ୍ରୀ ସାହୁ ଲାଞ୍ଚ ନେଉଥିଲେ । ଏ ବାବଦରେ ସେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଆଜି ପୁଣି ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।