30.1 C
Bhubaneswar
Friday, March 20, 2026
Homeଓଡିଶାଲାଞ୍ଚ ନେବାବେଳେ କିରାଣି ବାବୁଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ କିରାଣି ବାବୁଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା : ଜଣେ ଅବସରପ୍ରାପ୍ତ  ଶିକ୍ଷୟତ୍ରୀଙ୍କ ୫ ଲକ୍ଷ ଟଙ୍କାର ଏରିଅଲ ବିଲ  କରାଇଗେବାକୁ ୬ ହଜାର  ଟଙ୍କା ଲାଞ୍ଚ ନେବାକୁ ଅଡି ବସିଥିଲେ ।  ଶେଷରେ ଗତ ରାତିରେ  ଲାଞ୍ଚ ଟଙ୍କା  ନେଉଥିବା ବେଳେ  କିରାଣି ବାବୁଙ୍କୁ ମାଡି ବସିଛି ଭିଜିଲାନ୍ସ ଟିମ ।  ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବିଇଓ କାର୍ଯ୍ୟାଳୟରେ ଗତ ରାତିରେ ଘଟିଛି ।  ଭିଜିଲାନ୍ସ ହାବୁଡରେ ପଡିଥିବା ବାବୁ ଜଣଙ୍କ ହେଉଛନ୍ତି , ଖୋର୍ଦ୍ଧା ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ । ୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର‌୍ୟ୍ୟାଳୟ ଦୌଡ଼ୁଥିଲେ । ତେବେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବିଜୟିନୀଙ୍କ ଭାଇ ବିନୟ ତ୍ରିପାଠୀ ଭିଜିଲାନ୍ସକୁ ଜଣାଇଥିଲେ। ସେମାନେ ପ୍ରଦୀପ୍ତଙ୍କ ନିକଟରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଭିଜିଲାନ୍ସ କାର‌୍ୟ୍ୟାଳୟକୁ ଅଣାଯାଇଛି। ଏହାପରେ ତାଙ୍କ ସରକାରୀ ବାସଗୃହ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢଉ କରାଯାଉଥିବା  ଭିଜିଲାନ୍ସ ଡିଏସପି ବ୍ରଜବନ୍ଧୁ ସାହୁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking