23.1 C
Bhubaneswar
Sunday, March 22, 2026
Homeଓଡିଶା୩ଙ୍କୁ ବାନ୍ଧିଲା ଭିଜିଲାନ୍ସ

୩ଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭବାନୀପାଟଣା,ବାଲିଅନ୍ତା: ଜଣେ କି ଦୁଇ ଜଣ ନୁହେଁ ଏକାବେଳେ ୩ଜଣଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ସେମାନେ ହେଲେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବରିଷ୍ଠ କିରାଣୀ ଟି. ଭେଙ୍କଟଗିରି ରାଓ, ପାଟଣାଗଡ଼ ବ୍ଲକ ପଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ କୁଶଧ୍ୱଜ ସାହୁ ଓ କମିଶନରେଟ ପୁଲିସ ଅନ୍ତର୍ଗତ ବାଲିଅନ୍ତା ଥାନାର ପୋଲିସ ଏଏସ୍‌ଆଇ ସୋମନାଥ ପଲେଇ।

ପ୍ରକାଶ ଯେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବର ଗତ ବର୍ଷ ୩୧ ମାର୍ଚ୍ଚରେ ଅବସର ଗ୍ରହଣ କରିଥିଲେ। ସେହିଦିନଠାରୁ ସେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବରିଷ୍ଠ କିରାଣୀ ଟି. ଭେଙ୍କଟଗିରି ରାଓଙ୍କୁ ତାଙ୍କର ପେନ୍‌ସନ୍ ଓ ଗ୍ରାଚ୍ୟୁଟି କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରି ଆସୁଥିଲେ। ହେଲେ ଶ୍ରୀ ରାଓ ଏନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିବାରୁ ଶ୍ରୀ ଶବର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସର ଏକ ଦଳ ଆଜି କିରାଣୀ ଶ୍ରୀ ରାଓ ରହୁଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସରକାରୀ ବାସଭବନରେ ପହଁଞ୍ଚି ଥିଲେ। ଭିଜିଲାନ୍ସ ଦଳକୁ ଦେଖି ତାଙ୍କ ବାସଭବନ ପଛପଟ ଝରକାରେ ଗ୍ରହଣ କରୁଥିବା ୨୦ ହଜାର ଟଙ୍କା ଫିଙ୍ଗି ଦେବା ସମୟରେ ଭିଜିଲାନ୍ସ ଦଳ ତାଙ୍କୁ କାବୁ କରି ଗିରଫ କରିଥିଲେ। ଭିଜିଲାନ୍ସ ଶ୍ରୀ ରାଓଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରି ତାଙ୍କୁ ଶେଷରେ ଗିରଫ କରିଛି। ସେହିପରି ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପାଟଣାଗଡ ବ୍ଲକ ପାଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ କୁଶଧ୍ୱଜ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିି ସରକାରୀ ରେକର୍ଡରେ ହେରଫେର କରି ୮ ଲକ୍ଷ ୩୪ ହଜାର ୪୮୯ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଭିଜିଲାନ୍ସ ତଦନ୍ତ ବେଳେ ଜାଣିବାକୁ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking