17.1 C
Bhubaneswar
Tuesday, December 16, 2025
Homeଓଡିଶାକାମୁଡ଼ିଲା ବିଷାକ୍ତ ସାପ : ୧ ମୃତ, ୧ ଗୁରୁତର

କାମୁଡ଼ିଲା ବିଷାକ୍ତ ସାପ : ୧ ମୃତ, ୧ ଗୁରୁତର

କେନ୍ଦୁଝର : କାମୁଡ଼ିଲା ବିଷାକ୍ତ ସାପ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକା ଗୁରୁତର ହୋଇଥିବା ଜଣା ପଡିଛି । ଏହି ଘଟଣାଟି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଲକରେ । ଏହି ବ୍ଲକର ଅର୍ଶଳା ମୁଣ୍ଡା ସାହିର କାଣ୍ଡେର ମୁଣ୍ଡାଙ୍କ ପରିବାର ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇଥିଲେ। ରାତି ୧ଟା ବେଳେ କାଣ୍ଡେରଙ୍କ ପୁଅ ଗୌରାଙ୍ଗ ମୁଣ୍ଡା(୯)କୁ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଚଉଠିଆ ପଞ୍ଚାୟତର କଳିଙ୍ଗା ଗ୍ରାମର ମୁନୁ ମୁଣ୍ଡାଙ୍କ ଝିଅ ମେଘା ମୁଣ୍ଡା(୧୦)କୁ ମଧ୍ୟ ବିଷାକ୍ତ ସାପ କାମୁଡିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଝୁମ୍ପୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଝୁମ୍ପୁରା ଡାକ୍ତରଖାନା କର୍ତ୍ତୃପକ୍ଷ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking