27.1 C
Bhubaneswar
Tuesday, December 9, 2025
Homeଓଡିଶାକଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି

କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି

କନ୍ଧମାଳ: ୪୭ ଦିନ ପରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । ଅସ୍ଥାୟୀ ରାସ୍ତା ନିର୍ମାଣ ପରେ ଚାଲିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଳାଚଳ । ଭୂସ୍ଖଳନରେ ରାସ୍ତା ଧସି ଯାଇଥିଲା । ସେବେଠାରୁ ଊକ୍ତ ରାସ୍ତାରେ ଗାଡି଼ ଚଳାଚଳ ବନ୍ଦ ଥିଲା । ଏବେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସରିଛି । ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ପଥରକୁ ବ୍ଳାଷ୍ଟିଂ କରାଯିବା ପରେ ରାସ୍ତା ଉପରୁ ମାଟି ବାଲି ପଥର ହଟାଯାଉଛି । ଦୁଇ ଚାରି ଚକିଆ ଯାନ କଳିଙ୍ଗା ଘାଟି ଦେଇ ଚଳାଚଳ କରିବା ନିମନ୍ତେ ଜାତୀୟ ରାଜପଥ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଏନଏଚ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଅବଗତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking