ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଭୋର ସକାଳ ସାଢେ ଚାରିଟାରେ ହୋଇଥିବା ଜଣାପଡିଛି । ଗୋଟିଏ ଟ୍ରାଭେଲରରେ ଏସଓଜିର ୧୪ ଜଣ କର୍ମଚାରୀ ଝାରସୁଗୁଡାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରଲରରେ ବାଡେଇ ହୋଇଛି ଫଳରେ ୭ ଜଣ ଗୁରୁତର ଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇଛି । କିଛି ଲୋକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦ୍ୱିତୀୟ ଓଏସପିର ୧୪ ଜଣ ଏସଓଜି ଟ୍ରେନିଂ ପାଇଁ ଯାଉଥିଲେ ବୋଲି ସୂଚନା ମିଳିଛି ।










