18.1 C
Bhubaneswar
Monday, February 2, 2026
Homeଓଡିଶାବାଇକ୍‌କୁ ଧକ୍କା ଦେଲା ଭ୍ୟାନ୍‌: ଜଣେ ମୃତ, ଦୁଇ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ଭ୍ୟାନ୍‌: ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ: ଭଦ୍ରକରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଭ୍ୟାନ୍ । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତାହତଙ୍କ ପରିଚୟ ମିଳିପାରିନଥିବା ବେଳେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏକ ଦମ୍ପତି ଏବଂ ତାଙ୍କ ୩ ବର୍ଷର ଶିଶୁପୁତ୍ରଙ୍କ ସହ ବାଇକ୍ ଯୋଗେ ମୟୂରଭଞ୍ଜରୁ ଭୁବନେଶ୍ୱର ଯାଉୁଥିଲେ ପରିବାର । ସେହି ସମୟରେ ଏନ୍‌ଏଚ୍ ୧୬ ଡାହାଣୀ ଗଡିଆ ଛକ ନିକଟରେ ବାଇକ୍‌କୁ ଏକ ଭ୍ୟାନ୍ ଧକ୍କା ଦେବାରୁ ଭାରସାମ୍ୟ ହରାଇ ବାଇକ୍‌ଟି ପୋଲ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଶିଶୁପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଭାବେ ଆହତ ହୋଇଥିଲେ । ସ୍ତାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ସହ ଗୁରୁତର ଦମ୍ପତ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି ଉଦ୍ଧାରକାରୀ ଦଳ । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking