19.1 C
Bhubaneswar
Wednesday, February 11, 2026
Homeଓଡିଶାବୈଷ୍ଣବ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବୈଷ୍ଣବ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ସାହିତ୍ୟ ପୁରସ୍କାର ଘୋଷଣା । ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର । ଭୂତି ଭକ୍ତି ବିଭୁତି ପ୍ରବନ୍ଧ ପୁସ୍ତକ ପାଇଁ ମିଳିବ । ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସାହିତ୍ୟର ଇତିହାସ, ଓଡ଼ିଆ ଗଳ୍ପର ଇତିବୃତ୍ତ, ଓଡ଼ିଆ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର ଆଦି ସମେତ ତାଙ୍କର ୧୨୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ୧୯୩୯ ମସିହା ଜାନୁଆରି ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳୁଥିବାରୁ ତାଙ୍କ ନିକଟକୁ ସାହିତ୍ୟିକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking