ଉତ୍ତରାଖଣ୍ଡ : ଅଗଷ୍ଟ ୧ରେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଯେଉଁଥିରେ ଟେହେରୀରେ ୩ ଜଣ, ହରିଦ୍ୱାର ଏବଂ ରୁରକିରେ ୨ ଜଣ ଓ ଚାମୋଲି ଏବଂ ଡେରାଡୁନରେ ଜଣଙ୍କର ମୃତ୍ୟୁ ଘଟିଥିଲା। କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାରେ ୩୦ କିଲୋମିଟର ମନ୍ଦାକିନୀ ନଦୀରେ ବନ୍ୟା ପାଣିରେ ଧୋଇ ହୋଇଯାଇଥିଲା। ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଥିଲେ । ତେବେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ନିୟୋଜିତ ହୋଇଥିଲେ ଓ ତୀର୍ଥଯାତ୍ରୀମାନଙ୍କୁ ପ୍ରଶାସନ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛି ।










