19.1 C
Bhubaneswar
Monday, January 12, 2026
Homeଓଡିଶାଉତ୍କଳ ଗୋପାଳ ସମାଜର ଇଂରାଜୀ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଉତ୍କଳ ଗୋପାଳ ସମାଜର ଇଂରାଜୀ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ

ରାୟଗଡା: ଉତ୍କଳ ଗୋପାଳ ସମାଜ ତରଫରୁ ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟ ଫାଉଣ୍ଡର କମିଟିର ପ୍ରୟାସ କ୍ରମେ ଓ ଜିଲ୍ଲା ବ୍ଲକ ପଦାଧିକାରୀ ମାନଙ୍କ ସହଯୋଗ କ୍ରମେ ଶ୍ରୀକ୍ଷେତ୍ରଧାମ ପୁରୀ ଅନୁପୂର୍ଣ୍ଣା ଥିଏଟରରେ 25ଟି ଜିଲ୍ଲାକୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇ ଥିଲା ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ଦ୍ୱୀପ ପ୍ରଜ୍ବଳନ ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏହି ବନ୍ଧୁମିଳନପର୍ବରେଭଦ୍ରକ,ବାଲେଶ୍ବର,ଯାଜପୁର,କେନ୍ଦୁଝର,ଦେବଗଡ଼,ସୁନ୍ଦରଗଡ,ବଲାଙ୍ଗୀର,ସୁବର୍ଣ୍ଣପୁର,ରାୟଗଡ଼,କୋରାପୁଟ,କଳାହାଣ୍ଡି,ମାଲକାନଗିରି, ନବରଙ୍ଗପୁର, ଗଜପତି, କନ୍ଧମାଳ, ନୟାଗଡ଼, ଜଗତସିଂହପୁର, କଟକ,ଢେଙ୍କାନାଳ,ଅନୁଗୋଳ,ନୂଆପଡା,ସମ୍ବଲପୁର ଇତ୍ୟାଦି ଜିଲ୍ଲା ଗୁଡିକର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଗୋପାଳ ଜାତିର ଭାଇ ଭଉଣୀମାନଙ୍କ ସହିତ ସ୍ନେହ, ଶ୍ରଦ୍ଧା ଓ ଭାବକୁ ଯୋଡି ପାରିଥିଲେ l ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଓ ଜାତିପ୍ରେମୀ ମାନଙ୍କୁ ଉତ୍କଳ ଗୋପାଳ ସମାଜ ତରଫରୁ ଧନ୍ୟବାଦ ଅର୍ପଣ କରାଯାଉଛି l ଗୋପାଳ ଜାତିର ସମୂହ ଉନ୍ନତି ଉତ୍କଳ ଗୋପାଳ ସମାଜର ମୁଖ୍ୟ ଲକ୍ଷ୍ୟ କରିବା ସହ lପ୍ରତ୍ୟକ ଜିଲ୍ଲାର ସଭାପତି ନିଜ ନିଜ ଜିଲ୍ଲାର ଉନ୍ନତି ପାଇଁ ନିଜ ନିଜର ମତାମତ ରଖିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking