ରାୟଗଡା : ଉତ୍କଳ ଗୋପାଳ ସମାଜ ତରଫରୁ ରାୟଗଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗଉଡ଼ ନିଜର ସହଯୋଗୀ କାଶୀପୁର ବ୍ଲକ ସଭାପତି ଝିଲଧର ଗଉଡ଼ ଜୋନ ସଭାପତି ଜଗମୋହନ ଗଉଡ଼, ତଳମାଳିଗାଁ ଗ୍ରାମର ସଭାପତି ପ୍ରମୋଦ ଗଉଡ଼ କାଶୀପୁର ବ୍ଲକ, ଖୁରୀଗାଁ ପଞ୍ଚାୟତ ଅଧୀନରେ ଥିବା ତଳମାଳିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷକ ମାନଙ୍କ ଗହଣରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଖାତା କଲମ ପେନସିଲ ରବର ଇତ୍ୟାଦି ବଣ୍ଟନ କରିଛନ୍ତି l ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ପ୍ରଦାନ କରି ଖୁସି କରାଇଥିଲେ l ଶିକ୍ଷକମାନଙ୍କୁ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ପାଇଁ ସୁନ୍ଦର ଶିକ୍ଷଦାନ କରିବା ପାଇଁ ଉତ୍ତମ ପରାମର୍ଶ ଦେଇଥିଲେ l ଏହି ମହତ୍ତ୍ୱପୂର୍ଣ୍ଣ ସେବାକାର୍ଯ୍ୟ ପାଇଁ ଉତ୍କଳ ଗୋପାଳ ସମାଜ ରାଜ୍ୟ ସଭାପତି ସେବକ ପ୍ରତାପ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଛନ୍ତିl










