ଭୁବନେଶ୍ୱର: କେଶ ସମସ୍ୟା ମଧ୍ୟରୁ ଡ୍ୟାଣ୍ଡ୍ରଫ ଏକ ବଡ ସମସ୍ୟା । ଡ୍ୟାଣ୍ଡ୍ରଫ ଦୂର କରିବା ପାଇଁ ଅନେକ ସାମ୍ପୁ ଲୋକ ବ୍ୟବହାର କରନ୍ତି ହେଲେ ଜାଣନ୍ତୁ ଘରୋଇ ଉପଚାର ଦ୍ୱାରା କିପରି ଡ୍ୟାଣ୍ଡ୍ରଫ ଦୂର କରିପାରିବେ । ୨ ଚାମଚ ଉଷୁମ ନଡିଆ ତେଲ ସହିତ ୧ ଚାମଚ ଲେମ୍ବୁ ରସ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ । ୨୦ ମିନଟ ଛାଡି ଧୋଇ ଦିଅନ୍ତୁ । ଏସିଭି ଏବଂ ପାଣି ଉଭୟ ସମାନ ପରିମାଣରେ ମିଶାଇ ମୁଣ୍ଡରେ ଲଗାନ୍ତୁ । ୧୫ ମିନଟ ପାଇଁ ଛାଡି ଦିଅନ୍ତୁ, ତା’ପରେ ଧୋଇ ଦିଅନ୍ତୁ । ତାଜା ଆଲୋଭେରା ଜେଲ ସିଧାସଳଖ ମୁଣ୍ଡରେ ଲଗାନ୍ତୁ, ଏହାକୁ ୩୦ ମିନଟ ପାଇଁ ଛାଡି ହାଲିକା ସାମ୍ପୁ ସାହାଯ୍ୟରେ ଧୋଇଦିଅନ୍ତୁ । ଆଲୋଭେରାରେ ଆଣ୍ଡିଫଙ୍ଗାଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଜ୍ୱଳନ ଓ କୁଣ୍ଡାଇ ହେବା ହ୍ରାସ କରେ । ମେଥିକୁ ରାତିସାରା ଭିଜାଇ ରଖନ୍ତୁା ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ । ୩୦-୪୦ ମିନଟ ରଖି, ତା’ପରେ ଧୋଇଦିଅନ୍ତୁ ।