24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଏଆଇ ବ୍ୟବହାର କରନ୍ତୁ, କିନ୍ତୁ ଏହାର ଦାସ ହୁଅନ୍ତୁ ନାହିଁ: ମୁକେଶ ଅମ୍ବାନୀ

ଏଆଇ ବ୍ୟବହାର କରନ୍ତୁ, କିନ୍ତୁ ଏହାର ଦାସ ହୁଅନ୍ତୁ ନାହିଁ: ମୁକେଶ ଅମ୍ବାନୀ

ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ଗୁଜରାଟର ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ)ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ସେ କହିଛନ୍ତି ଯେ ତୁମେ ଚାଟ୍ ଜିପିଟି ବ୍ୟବହାର କର, କିନ୍ତୁ ମନେରଖ ଯେ ଆମେ କୃତ୍ରିମ ବୁଦ୍ଧିମତ୍ତା ସହିତ ନୁହେଁ ବରଂ ନିଜ ବୁଦ୍ଧି ସହିତ ଆଗକୁ ବଢ଼ିବା ଏବଂ ଏହାଦ୍ୱାରା ତୁମେ ଆଗକୁ ବଢିପାରିବ।

ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପରେ ସେ କହିଥିଲେ ଯେ ମୁଁ ଆମର ଯୁବ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହୁଁଛି। ଜଣେ କୃତ୍ରିମ ଇଣ୍ଟେଲିଜେନ୍ସକୁ ଏକ ସାଧନ ବା ଉପକରଣ ଭାବରେ ବ୍ୟବହାର କରିବାରେ ପାରଦର୍ଶୀ ହେବା ଆବଶ୍ୟକ। କିନ୍ତୁ ତୁମର ନିଜର ବୁଦ୍ଧି ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହି ବିଶ୍ୱବିଦ୍ୟାଳୟ ଛାଡ଼ିବା ପରେ ତୁମକୁ ଏକ ବଡ଼ ‘ଜୀବନ ବିଶ୍ୱବିଦ୍ୟାଳୟ’ରେ ଯୋଗଦାନ କରିବାକୁ ପଡ଼ିବ, ଯେଉଁଠାରେ ନଥିବ କୌଣସି କ୍ୟାମ୍ପସ୍‌, ନଥିବ ଶ୍ରେଣୀଗୃହ ଏବଂ ପଢ଼ାଇବାକୁ ନଥିବେ ଶିକ୍ଷକ। ତୁମେମାନେ କେବଳ ନିଜ ଦମ୍ଭରେ ଜୀବନରେ ଆଗକୁ ବଢ଼ିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ଜନ୍ମ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟିର ଫଳ। କୋଡ଼ିଏ ବର୍ଷ ପୂର୍ବେ ସେ ମୋତେ କହିଥିଲେ ଯେ ଗୁଜରାଟ ଶକ୍ତି ଏବଂ ଶକ୍ତି ଉତ୍ପାଦ କ୍ଷେତ୍ରରେ ଦେଶର ନେତୃତ୍ୱ ନେବା ସେ ଚାହୁଁଛନ୍ତି। ଏଥିସହିତ ବିଶ୍ୱସ୍ତରର ମାନବ ସମ୍ବଳର ବିକାଶରେ ଗୁଜୁରାଟ ମଧ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ଏହିଭଳି ଭାବରେ ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ସ୍ଥାପନ ହୋଇଥିଲା। ସୂଚନାଯୋଗ୍ୟ ଯେ ମୁକେଶ ଅମ୍ବାନୀ ପିଡିଇୟୁର ସଂସ୍ଥାପକ ସଭାପତି ଓ ଅଧ୍ୟକ୍ଷ ରହିଛନ୍ତି। ଏହି ସମାବର୍ତ୍ତନ ସମାରୋହରେ ଯୋଗଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି ଯେ ଏହି ଶତାବ୍ଦୀର ଶେଷ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ହେବ। ଦୁନିଆର କୌଣସି ଶକ୍ତି ଭାରତର ବିକାଶ ଯାତ୍ରାକୁ ରୋକିପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking