29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା

ଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା

ମୁମ୍ବାଇ: ଭାରତ ଦୃଷ୍ଟିକୋଣରୁ ଆମେରିକାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ଦୋଷୀ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକାନ୍ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ତାକୁ ଭାରତ ପ୍ରତ୍ୟର୍ପଣ କରାଯିବା ନିଷ୍ପତ୍ତି ଉପରେ ପୁନିର୍ବିଚାର କରିବା ପାଇଁ ସେ ଗତ ନଭେମ୍ବର ୧୩ରେ କରିଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୨୦୦୮ ମସିହାରେ ମୁମ୍ବଇର ତାଜ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଣାର ସମ୍ପୃକ୍ତି ରହିଥିଲା। ଏଥିରେ ୧୬୬ ଜଣ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ମାମଲାରେ ରାଣା ଭାରତର ୱାଣ୍ଟେଡ୍ ତାଲିକାରେ ଅଛି। ସେ ଏବେ ଆମେରିକାର ଲସ୍ ଆଞ୍ଜେଲ୍ସ ସ୍ଥିତ ମେଟ୍ରୋପଲିଟାନ ବନ୍ଦୀଗୃହରେ ବନ୍ଦୀ ଜୀବନ କାଟୁଛି। ରାଣାକୁ ପ୍ରତ୍ୟର୍ପଣ ଲାଗି ଭାରତ ପକ୍ଷରୁ ଆମେରିକାର ସରକାରଙ୍କୁ ଆବେଦନ କରାଯାଇଥିଲା। ଏହା ପ୍ରତିବାଦରେ ସେ ସୁପ୍ରିମକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର ଦିନକ ପରେ ଅର୍ଥାତ୍ ଗତ ୨୧ ତାରିଖରେ କୋର୍ଟ ରାଣାର ପିଟିସନ ଖାରଜ କରିଛନ୍ତି। ଏହା ରାଣା ପାଇଁ ଭାରତକୁ ପ୍ରତ୍ୟର୍ପଣ ନ ହେବା ଲାଗି ଶେଷ ଆଇନଗତ ସୁଯୋଗ ରହିଥିଲା। ଫଳରେ ଏବେ ରାଣା ଭାରତକୁ ପ୍ରତ୍ୟର୍ପଣ ହେବା ସୁନିଶ୍ଚିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking