26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନିର୍ବାଚନ; ସାମ୍ନାକୁ ଆସିଲା ଡିକ୍ସଭିଲ ନଚ୍ ପ୍ରାନ୍ତର ରେଜଲ୍ଟ, ଟ୍ରମ୍ପ ଓ ହାରିସ୍‌ଙ୍କୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ସାମ୍ନାକୁ ଆସିଲା ଡିକ୍ସଭିଲ ନଚ୍ ପ୍ରାନ୍ତର ରେଜଲ୍ଟ, ଟ୍ରମ୍ପ ଓ ହାରିସ୍‌ଙ୍କୁ ସମାନ ବାଲାଟ୍‌

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଭାରତୀ ସମୟ ମଙ୍ଗଳବାର ଅପରାହ୍ନ ୪ଟା ପରେ ଆରମ୍ଭ ହୋଇଛି। ତେବେ ଗୋଟିଏ ପଟେ ଭୋଟିଂ ପ୍ରକ୍ରିୟା ଜାରି ରହିଥିବା ବେଳେ ଉତ୍ତରପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଡିକ୍ସଭିଲ ନଚ୍ ପ୍ରାନ୍ତରୁ ଭୋଟିଂ ଫଳାଫଳ ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ ଏହି ଅଞ୍ଚଳରେ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଏବଂ ରିପ୍ଲବିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟାଇ ହୋଇଛି। ଅର୍ଥାତ୍ ଉଭୟ ଏଠାରେ ତିନୋଟି ଲେଖାଏ ବାଲଟ୍ ପାଇଛନ୍ତି। ପ୍ରକାଶ, ଡିକ୍ସଭିଲ ନଚ୍ ବାସିନ୍ଦାମାନେ ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସର୍ବସମ୍ମତି କ୍ରମେ ଭୋଟ ଦେଇଥିଲେ। ଜାନୁଆରୀରେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲିଙ୍କୁ ଡିକ୍ସଭିଲ ନଚ ଭୋଟରମାନେ ଏକତରଫା ସମର୍ଥନ ଦେଇଥିଲେ। ତେବେ ସେ ରାଷ୍ଟ୍ରପତି ରେସ୍‌ରୁ ଓହରି ଯାଇଥିଲେ। ଲାଗୁଥିଲା ଟ୍ରମ୍ପ ଏଠାରେ ପୁଣି ସମର୍ଥନ ପାଇବେ। କିନ୍ତୁ ଏଠାରେ ସ୍ଥିତି ସମାନ ରହିଛି। ଉଭୟ ହାରିସ ଓ ଟ୍ରମ୍ପ ଏଠାରେ ୩ଟି ଲେଖାଏ ବାଲଟ୍ ପାଇଛନ୍ତି।
ଏସବୁ ମଧ୍ୟରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଥାଇଲାଣ୍ଡ କୁନି ଜଳହସ୍ତୀ ‘ମୁ ଡେଙ୍ଗ୍‌’ ନିଜ ଶୈଳୀରେ ଏଥର ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବେ ବୋଲି ପୂର୍ବାନୁମାନ କରିଛି। ଥାଇଲାଣ୍ଡ ଚିଡ଼ିଆଖାନାରେ ଥିବା ଏହି ଜଳହସ୍ତୀ ମୁ ଡେଙ୍ଗକୁ ଦୁଇ ଫାଳ ବୋଇତାଳୁରେ ତରଭୁଜ ରଖି ଖାଇବାକୁ ଦିଆଯାଇଥିଲା। ଗୋଟିକରେ ଡେମୋକ୍ରାଟିକ୍ ପାର୍ଟି ଓ କମଲା ହାରିସଙ୍କ ନାମ ଓ ଅନ୍ୟଟିରେ ରିପବ୍ଲିକାନ ପାର୍ଟି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାହେଇଥିଲା। ତେବେ ମୁ ଡେଙ୍ଗ ପ୍ରଥମେ ଆସି ଟ୍ରମ୍ପ ଲେଖାଥିବା ବୋଇତାଳୁ ଓ ତରଭୁଜକୁ ଖାଇଥିଲା। ପ୍ରକାଶ, ଗତ ଜୁଲାଇ ମାସରେ ଜନ୍ମ ହୋଇଥିବା ଜଳହସ୍ତୀ ମୁ ଡେଙ୍ଗ୍ ଏକ ଇଣ୍ଟରନେଟ ସେନସେସନ୍‌। ବିଶେଷକରି ଏହି କୁନି ଜଳହସ୍ତି କରୁଥିବା ପୂର୍ବାନୁମାନଗୁଡିକ ସତ ସାବ୍ୟସ୍ତ ହୋଇଥାଏ ବୋଲି କୁହାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ପୋଲିଂ କରାଯାଇ ତାର ନାମ ମୁ ଡେଙ୍ଗ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking