22.1 C
Bhubaneswar
Saturday, March 28, 2026
Homeଓଡିଶାଓଲଟିଲା ମିନି ବସ ; ୧୦ ଆହତ

ଓଲଟିଲା ମିନି ବସ ; ୧୦ ଆହତ

ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖୁଣ୍ଟେଶ୍ୱରୀ ପାହାଡ଼ ଉପରେ ଘଟିଛି ସଡକ ଦୁର୍ଘଟଣା । ମିନି ବସ୍ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ ଆହତମାନେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର। ସେମାନେ ବ୍ରହ୍ମପୁରରୁ ଏକ ମିନି ବସ୍‌ରେ ଯାଉଥିବା ବେଳେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରି ପାହାଡ଼ ତଳକୁ ଖସୁଥିବା ବେଳେ ମିନି ବସ୍‌ର ବ୍ରେକ୍‌ ନଧରିବାରୁ ତାହା ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାରେ ଭର୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking