28.1 C
Bhubaneswar
Wednesday, February 4, 2026
Homeଓଡିଶାଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା

ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଓଟିଏମ୍ ବ୍ୟାଘ୍ର ବାହିନୀ ଆଦିବାସୀ ବସ୍ତିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ୬ମାସର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ମା’ ସୋମ୍ବାରୀ ହେମ୍ରମ ଓ ବାପା ରାଜୁ ହେମ୍ରମଙ୍କ କହିବା ଅନୁସାରେ ପୁଅର ଦେହ କିଛିଦିନ ହେବ ଖରାପ ଥିଲା। ସୋମବାର ରାତି ପ୍ରାୟ ୩ଟା ବେଳେ ସେ ମରିଯାଇଥିଲା। ପରେ ଅତି ତରବରିଆ ଭାବେ ରାଜୁ ମୃତ ଶିଶୁକୁ ପାଖ ଜଙ୍ଗଲରେ ପୋତି ଦେଇଥିଲା। ହେଲେ ନିଜ ଭାଇବୋହୂ ଶାନ୍ତି ହେମ୍ରମ ଓ ପଡୋଶୀଙ୍କ ଅନୁସାରେ ଶିଶୁପୁତ୍ରଟି ସଂଧ୍ୟା ପର୍ଯ୍ୟନ୍ତ ଭଲ ଥିଲା, ହେଲେ ଉଭୟ ମା, ବାପ ଓ ୨ଜଣ ସାଙ୍ଗ ରାତିରେ ପ୍ରଚୁର ମଦପିଇ ମାତାଲ ଅବସ୍ଥାରେ ଶିଶୁ ପୁତ୍ର ଉପରେ ଚଢ଼ିଯାଇଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଥାନାରେ କରିଛନ୍ତି। ଖବର ପାଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ପୋତା ହୋଇଥିବା ସ୍ଥାନକୁ ଖୋଳି ମୃତଦେହ ଜବତ କରିଥିଲେ। ବ୍ୟବଛେଦ ନିମନ୍ତେ କଟକ ମେଡିକାଲକୁ ପଠାଇବା ସହିତ ଉଭୟ ସୋମ୍ବାରୀ ଓ ରାଜୁଙ୍କୁ ଅଟକ ରଖିଛନ୍ତି। ଥାନା ଅଧିକାରୀ କୁହନ୍ତି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking