24.1 C
Bhubaneswar
Monday, February 23, 2026
Homeଓଡିଶାରାଜଧାନୀରେ ହଙ୍ଗାମା; ବିଜେପି - କଂଗ୍ରେସ ମୁହାଁମୁହିଁ

ରାଜଧାନୀରେ ହଙ୍ଗାମା; ବିଜେପି – କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର : ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ହଙ୍ଗାମା। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ସାଂସଦ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଁରେ ଥାନାରେ ହୋଇଛି ଏତଲା। ଦେଶର ରାଜଧାନୀରେ ହୋଇଥିବା ହଙ୍ଗାମାକୁ ନେଇ ରାଜ୍ୟ ରାଜଧାନୀ ଭୁବନେଶ୍ୱର ରାଜନୀତି ଉଷ୍ମ ହୋଇଛି। ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଆଜି ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧି ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଅସନ୍ତୋଷ ପ୍ରକାଶ ପାଇଛି। ରାହୁଲ ଗାନ୍ଧିଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛି ବିଜେପି ଯୁବ ମୋର୍ଚ୍ଚା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ୍‌ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ସେଠାରେ ରାହୁଲ୍‌ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ରାହୁଲ୍‌ ଗାନ୍ଧି ମୁର୍ଦ୍ଦାବାଦ ଓ ରାହୁଲ ଗାନ୍ଧି ଛି ଛି ରେ କମ୍ପିଥିଲା ଜନପଥ।

ବିଜେପି ଶୋଭାଯାତ୍ରା ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ହୋଇଥିଲେ କଂଗ୍ରେସ ଯୁବ ମୋର୍ଚ୍ଚା। ଛାତ୍ର କଂଗ୍ରେସ ନେତା ସୟିଦ୍‌ ୟାଶିର ନୱାଜଙ୍କ ନେତୃତ୍ୱରେ ଶତାଧିକ ଯୁବ ମୋର୍ଚ୍ଚା କର୍ମକର୍ତ୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ତେବେ ରାସ୍ତାରେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ସେଠାରେ ପୁଲିସ୍‌ ଓ କଂଗ୍ରେସ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଭିତରେ ଠେଲାପେଲା ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅନନ୍ତ ସେଠୀଙ୍କ ଭେଟ୍‌ରାନ୍‌ ନେତାମାନେ ସାମିଲ୍‌ ହୋଇଥିଲେ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ୍‌କୁ ସମସ୍ତେ ନିନ୍ଦା କରିଥିଲେ। ବାବା ସାହେବ ଆମ୍ୱେଦକରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଶାହ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking