15.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଲୋକସଭାରେ ହଙ୍ଗାମା : ଅନୁରାଗ ଠାକୁର ଲୋକସଭାରେ ରାହୁଲ ଗାନ୍ଧି ନାଁ ନେଇ ତାଙ୍କ ଜାତି...

ଲୋକସଭାରେ ହଙ୍ଗାମା : ଅନୁରାଗ ଠାକୁର ଲୋକସଭାରେ ରାହୁଲ ଗାନ୍ଧି ନାଁ ନେଇ ତାଙ୍କ ଜାତି ପଚାରିଥିଲେ

ନୂଆଦିଲ୍ଲୀ: ଲୋକସଭାରେ ବଜେଟ୍ ଉପରେ ଆଲୋଚନା ସମୟରେ ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଁ ନେଇ ତାଙ୍କ ଜାତି ପଚାରିଥିଲେ। ଅନୁରାଗ ଠାକୁର କହିଛନ୍ତି, ଯେଉଁମାନଙ୍କ ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି। ଅନୁରାଗ ଠାକୁରଙ୍କ ଏହି ବୟାନ ପରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ତେବେ ଅନୁରାଗ ଠାକୁର ନିଜ ଜବାବରେ କହିଛନ୍ତି ଯେ ସେ କାହାର ନାଁ ନେଇନାହାନ୍ତି। ଅନୁରାଗ ଠାକୁରଙ୍କ ଏହି ବୟାନ ଜବାବରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଏହି ଦେଶରେ ଯିଏ ଦଳିତ, ପଛୁଆ ଓ ଆଦିବାସୀଙ୍କ କଥା କହୁଛି, ତାକୁ ଗାଳି ଗୁଲଜ କରିବାକୁ ପଡ଼ିବ। ମୁଁ ଏହି ଗାଳିକୁ ଖୁସିରେ ଖାଇବି । ମହାଭାରତ ବିଷୟରେ କହିବାକୁ ଗଲେ ଅର୍ଜୁନ ଏକ ମାଛର ଆଖି ଦେଖୁଥିଲେ, ମୁଁ ମାଛର ଆଖି ମଧ୍ୟ ଦେଖିପାରୁଛି । ଆମେ ଜାତିଗତ ଜନଗଣନା କରିବୁ। ଅନୁରାଗ ଠାକୁର ମୋତେ ଗାଳି ଗୁଲଜ କରିଛନ୍ତି। ସେମାନେ ମୋତେ ଅପମାନିତ କରିଛନ୍ତି, କିନ୍ତୁ ମୁଁ ସେମାନଙ୍କ ଠାରୁ କ୍ଷମା ମାଗୁନାହିଁ। ମୁଁ ଏକ ଲଢ଼େଇ ଲଢୁଛି ଏବଂ ମୋତେ ତାଙ୍କଠାରୁ କୌଣସି କ୍ଷମା ଦରକାର ନାହିଁ । ଏହି ପ୍ରସଙ୍ଗରେ ଅଖିଳେଶ ଯାଦବ କହିଛନ୍ତି ଯେ ଆପଣ ଜାତି କିପରି ପଚାରିପାରିବେ? ଆପଣ ଜାତି ପଚାରିପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking