25.1 C
Bhubaneswar
Monday, December 8, 2025
Homeଓଡିଶାବିଏମସି ବୈଠକରେ ହଟ୍ଟଗୋଳ: ଧାରଣାରେ ବସିଲେ ୩୭ ନମ୍ବର ୱାର୍ଡ କର୍ପୋରେଟର

ବିଏମସି ବୈଠକରେ ହଟ୍ଟଗୋଳ: ଧାରଣାରେ ବସିଲେ ୩୭ ନମ୍ବର ୱାର୍ଡ କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ବେଳେ ହଟ୍ଟଗୋଳ । ବିଭିନ୍ନ ୱାର୍ଡ ସମସ୍ୟାକୁ ନେଇ ଚାଲିଥିବା ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଯାହାକୁ ନେଇ ବୈଠକ ବର୍ଜନ କରିଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ବିଏମସି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଲେ ।ଗତ ତିନି ବର୍ଷ ହେଲା ବୈଠକ ବସୁଛି ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି । ବିଭିନ୍ନ ଏଜେନ୍ସି ଓ କଳି ଝଗଡ଼ାରେ ବୈଠକ ଶେଷ ହେଉଛି । ଜାଣିଶୁଣି ବିଭିନ୍ନ ବିକାଶମୂଳକ କାମକୁ ଅବହେଳା କରାଯାଉଛି ବୋଲି ବନ୍ଦିତା ପାଲ ଅଭିଯୋଗ କରିଛନ୍ତି । ସରକାର ଦେଲେ ଖର୍ଚ୍ଚ କରାଯିବ ବୋଲି ବିଏମସି କହୁଥିବା ସେ ଅଭିଯୋଗ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking