ଭୁବନେଶ୍ୱର : ଫେବୃଆରୀ ଆରମ୍ଭରୁ ଲଗାତାର ଉପରମୁହାଁ ହେଉଛି ପାରଦ । ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ ୩୬ ଡିଗ୍ରୀ ଛୁଇଁଲାଣି ପାରଦ । ଗତକାଲି ୧୦ଟି ସହରରେ ୩୫ ଡିଗ୍ରୀ ଉପରେ ଥିଲା ପାରଦ । ମାଲକାନଗିରି ବଲାଙ୍ଗୀରରେ ସର୍ୱାଧିକ ୩୬ ଡିିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁର , ଝାରସୁଗୁଡା, ସୁନ୍ଦରଗଡରେ ୩୫ . ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦ , ଭବାନୀପାଟଣାରେ ୩୫ . ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶା ଉପକୁଳ ସମେତ ବଙ୍ଗୋପ ସାଗର ଅଞ୍ଚଳରେ ୧ ଲଘୁଚାପ ବଳୟ ସକ୍ରିୟ ରହୁଥିବାରୁ ଉପକୁଳ ଓଡିଶାରେ କ୍ରମାଗତ ଭାବେ ଘନକୁହୁଡି ଦୃଶ୍ୟମାନ ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।