22.1 C
Bhubaneswar
Wednesday, December 10, 2025
Homeଓଡିଶାଏସ୍‌ସି/ ଏସ୍‌ଟିଙ୍କ ଉତ୍‌ଥାନ ଜରୁରୀ: ମୁଖ୍ୟମନ୍ତ୍ରୀ

ଏସ୍‌ସି/ ଏସ୍‌ଟିଙ୍କ ଉତ୍‌ଥାନ ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସସି/ ଏସଟି ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି । କହିଛନ୍ତି,  ଦେଶର ବିକାଶ ପାଇଁ ଏସସି/ ଏସଟିଙ୍କ ଉତଥାନ ଜରୁରୀ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶା ଜନସଂଖ୍ୟାର ୪୦ % ହେଉଛନ୍ତି ଆଦିବାସୀ ଓ ଦଳିତ । ୨୩%  ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ । ନିକଟରେ ନିଟ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲେ । ଆମର ବର୍ତ୍ତମାନ ଭଲ ଅଛି, ଭବିଷ୍ୟତ ଆହୁରି ଭଲ ରହିବ । ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି । ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡନ ସହିଥିଲୁ । ଅସ୍ପୃଶ୍ୟତାର ଶିକାର ହୋଇଥିଲୁ , କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା । ଆମେ ସଶକ୍ତୀକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି । ଆମର ଉତଥାନ ନହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ ।  ଆମ ସରକାର ଏସସି/ ଏସଟି ବିଭାଗ ବଜେଟ ୬୮, ୮୮୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ୧୪ ଜିଲ୍ଲାର ୩ ଲକ୍ଷ ପିଭିଟିଜି ବର୍ଗଙ୍କୁ ପିଏମ ଜନମନରେ ସାମିଲ କରାଯାଇଛି । ଆଦିବାସୀଙ୍କ ପାଇଁ ଫରେଷ୍ଟ ପ୍ରୋସେସିଂ ୟୁନିଟ କରାଯିବ । ୧୫ଟି ଏକ ଲବ୍ୟ ମଡେଲ ବିଦ୍ୟାଳୟ ହୋଇଛି ।  ୫ ଲକ୍ଷ ବିଦ୍ୟାର୍ଥୀ  ହଷ୍ଟେଲରେ ରହି ପାଠ ପଢୁଛନ୍ତି । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking