ନୂଆଦିଲ୍ଲୀ : ଇଂରାଜୀ କହିବା କେତେ ଜଣଙ୍କ ପାଇଁ କଷ୍ଟ ହୋଇଥାଏ । ଅନେକ ଲୋକ ଇଂରାଜୀ ଶିଖିବା ସ୍କୁଲକୁ ଯାଆନ୍ତି । ହେଲେ ସୋସିଆଲ ମିଡିଆରେ ଏବେ ଏହି ପାକିସ୍ତାନୀ ଝିଅର ନାଁ ଚର୍ଚା ହେଉଛି । ଝିଅର ନାଁ ହେଉଛି ଶୁମାଇଲା । ସେ କଦଳୀ ବିକ୍ରି କରନ୍ତି । ସ୍କୁଲ ଯାଆନ୍ତି ନାହିଁ । ତାଙ୍କ ପାଟିରୁ ଅନର୍ଗଳ ଇରାଜୀ ଶୁଣି ସମସ୍ତେ ଚକିତ । ହେଲେ ସେ ୬ଟି ଭାଷା ଜାଣିଛନ୍ତି । ଭିଡିଓରେ ସେ କହିଛନ୍ତି । ମୋ ବାପା ୧୪ଟି ଭାଷା ଜାଣନ୍ତି । ମୋତେ ମୋ ବାପା ଶିକ୍ଷା ଦିଅନ୍ତି । ଶୁମାଇଲା ତାଙ୍କ ପରିବାର କଥା କହିଛନ୍ତି । ତାଙ୍କର ୩୦ ଜଣ ଭାଇ ଭଉଣୀ ଏବଂ ପାଞ୍ଚ ଜଣ ମା । ତାଙ୍କ ଭାଇ ଇଂଲଣ୍ଡରେ ରୁହନ୍ତି । ସେ ଇରାଜୀ ଭା ତାଙ୍କ ଘରୁ ଶିଖିଛନ୍ତି । ଜଣେ ୟୁଜର୍ସ ଶୁମାଇଲାଙ୍କ ଇଂରାଜୀ ଶୁଣି ଭୁରି ଭୁରି ପ୍ରଶଂସା କରିଛନ୍ତି ।