ସମ୍ବଲପୁର : ଭିସୁଟର ପାସ ଆଉଟ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେକୁ ଗିରଫ କରାଯାଇଛି। ଏହି ଘଟଣାରେ ମାନ୍ୟବର ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମ୍ବଲପୁର ଏସପିଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଗତ ୨ ଫେବୃଆରୀ ୨୦୨୩ ମସିହା ରାତି ପ୍ରାୟ ୮ ଟା ରୁ ୯ ଟା ମଧ୍ୟରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ । ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ଏହା ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମାଁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଥିଲେ ଓ ଏହି ମାମଲା କ୍ରାଇମ ବ୍ରାଞ୍ଚ କିମ୍ବା ଏସଆଇଟି କୁ ଦେବା ପାଇଁ କୁହାଯାଇଥିଲା ।