ନୂଆଦିଲ୍ଲୀ : ଆମେରିକାର କାଲିଫଣ୍ଣିଆରେ ଲସ ଆଞ୍ଜେଲ୍ସ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ହଜାର ହଜାର ଘର ଜଳଳିପୋଡି ପାଉଁ ଶ ହୋଇଯାଇଛି । ନିଆଁ ର ଧାସ ଏତେ ଜୋରରେ ବ୍ୟାପିଥିଲା ଯେ ଜଙ୍ଗଲ ପାଖାପାଖି ଥିବା ୭୦ ହଜାର ସ୍ଥାନୀୟ ବାସୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଭିଡିଓ ଏଲୋନ ମସ୍କ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି । ହେଲେ ନିଆଁ ର ଧାସ କମିବାର ନାଁ ନାହିଁ । ସୂଚନା ଅନୁସାରେ ଜଣା ପଡିଛି ଯେ ୧୫୦୦ରୁ ଅଧିକ ଘର ଜଳି ପୋଡି ପାଉଁ ଶ ହୋଇଯାଇଛି । ତା ସହ ଗୁରୁତ୍ୱପୂଣ୍ଣ ଆସବାବ ପତ୍ର ନିଆଁରେ ପୋଡି ନଷ୍ଟ ହୋଇଯାଇଛି । ବଡ ବଡ ସେଲିବ୍ରିଟିଙ୍କ ବଙ୍ଗଳା ମଧ୍ୟ ଜଳିଯାଇଛି । ନିଆଁ ମଙ୍ଗଳବାର ଦିନ ଲାଗିଥିଲା । ନିଆଁର ବ୍ୟାସ ଆହୁରି ବଢିବାରେ ଲାଗିଛି । ତେଣୁ ଲସ ଆଞ୍ଜେଲସ ୟୁନିଫାଏଡ ସ୍କୁଲ ସବୁ ବନ୍ଦ ରହିଛି । ତେବେ ସ୍କୁଲ କେବେ ଖୋଲାଯିବ ଏପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡ ହେତୁ ଉକ୍ତ ସହରରୁ ବିମାନ ଉଡାଣକିମ୍ବା ବିମାନ ବନ୍ଦରରେ ଅବତରଣ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଜଳବାୟୁ ପରିବର୍ତ୍ତନ ହେତୁ ଜଙ୍ଗଲରେ ଉତ୍ତାପ ବୃଦ୍ଧି ପାଇ ଏଭଳି କାଣ୍ଡ ଘଟିଛି । ଆମେରିକା ଜଙ୍ଗଲରେ ନିଆଁ ଲାଗିବା ଘଟଣର୍ପ୍ଥମ ନୁହେଁ । ନିଆଁ କେମିତି ଲାଗିଲା ଏହା ଏକ ବଡ ପ୍ରଶ୍ନ ।