28.1 C
Bhubaneswar
Monday, February 9, 2026
Homeଓଡିଶାମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ସୁନ୍ଦରଗଡ଼: କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ବୁଧବାର ଦିନ ନିଜର ବ୍ୟକ୍ତିଗତ ସଚିବ ତଥା ଆଇଏଏସ୍ ପରାଗ ହର୍ଷଦ ଗାଭାଲିଙ୍କୁ ହଟାଇବାକୁ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଲେଖିଛନ୍ତି।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆଇଏଏସ ପରାଗ ହର୍ଷଦ ଗାଭାଲି ଗତ ଜାନୁଆରି ୨୩ ତାରିଖରୁ ଅନୁମତି ବିନା ଅନୁପସ୍ଥିତ ଅଛନ୍ତି। ତାଙ୍କର ଅନଧିକାର ଅନୁପସ୍ଥିତି ସେବା ନିୟମର ଉଲ୍ଲଂଘନ ଏବଂ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରୁଛି ଯେ ବର୍ତ୍ତମାନ ମୋର ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ପାଇଥିବା ଡକ୍ଟର ପରାଗ ହର୍ଷଦ ଗାଭାଲିଙ୍କ ବ୍ୟକ୍ତିଗତ ଫାଇଲରେ ରେକର୍ଡ ଅପଡେଟ୍ କରନ୍ତୁ। ଏହି ଚିଠିଟି ତାଙ୍କର ଏପିଏଆର ୨୦୨୪-୨୫ ବର୍ଷ ପାଇଁ ଅଂଶ ହେବା ଉଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking