20.1 C
Bhubaneswar
Friday, January 16, 2026
Homeଦେଶ ବିଦେଶଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ବୟାନ

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ବୟାନ

ନୂଆଦିଲ୍ଲୀ: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ବିଶେଷ କରି ଏହି ପ୍ରସଙ୍ଗକୁ ନେଇ ନାଗପୁରରେ ବ୍ୟାପକ ହିଂସା ଦେଖାଦେଇଛି। ତେବେ ଏପରି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅଠାୱଲେ କହିଛନ୍ତି, ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିକୁ ହଟାଯିବା ଉଚିତ୍ ନୁହେଁ। ସେ ପରାମର୍ଶ ଦେଇଛନ୍ତି ଯେ୍ ଛତ୍ରପତି ସମ୍ଭାଜୀନଗରରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଏକ ସ୍ମାରକୀ ମଧ୍ୟ ନିର୍ମାଣ କରାଯିବା ଉଚିତ୍‌।

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ) ନେତା ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଠାୱଲେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ ଗସ୍ତ କରିଥିବା ବେଳେ ଏଠାରେ ସେ ଏପ୍ରକାର ମନ୍ତବ୍ୟ ଦେଇଛନ୍ତି। ସେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ ଔରଙ୍ଗଜେବଙ୍କ ସମାଧି ହଟାଇବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ରାମଦାସ ଅଠାୱଲେଙ୍କ କହିବାନୁସାରେ ଔରଙ୍ଗଜେବଙ୍କ ସମାଧି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ସୁରକ୍ଷିତ। ଆମକୁ ସମ୍ଭାଜୀ ମହାରାଜଙ୍କ ବିଚାରଧାରା ସହିତ ଆଗକୁ ବଢ଼ିବାକୁ ପଡିବ। ଯାହା ବି ହେଉ ଦେଶରେ ଶାନ୍ତି ରହିବା ଉଚିତ୍‌। ଏତ୍‌ଦ୍‌ବ୍ୟତୀତ ଅଠାୱଲେ ମୁସଲମାନମାନଙ୍କୁ ଔରଙ୍ଗଜେବଙ୍କ ସହ ନିଜକୁ ଯୋଡି ନ ରହିବାକୁ ନିବେଦନ କରିଥିଲେ। ଏଠାକାର ମୁସଲମାନମାନେ ପୂର୍ବରୁ ହିନ୍ଦୁ ଥିଲେ। ଏଠାକାର ମୁସଲମାନମାନେ ଔରଙ୍ଗଜେବଙ୍କ ସନ୍ତାନ ନୁହଁନ୍ତି। ସେମାନଙ୍କର ଔରଙ୍ଗଜେବ୍‌ଙ୍କ ସହ କୌଣସି ସମ୍ପର୍କ ନାହିଁ। ମହାରାଷ୍ଟ୍ରର ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ନେତା ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ପାଇଁ ଦାବି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଛି। ହିନ୍ଦୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଔରଙ୍ଗଜେବ ତାଙ୍କ ରାଜତ୍ୱ କାଳରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking