26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକେନ୍ଦ୍ରମନ୍ତ୍ରୀ ବିଟ୍ଟୁଙ୍କ ବିବାଦୀୟ ବୟାନ; ରାହୁଲ ଗାନ୍ଧୀ ଦେଶର ନମ୍ବର ୱାନ୍ ଆତଙ୍କବାଦୀ

କେନ୍ଦ୍ରମନ୍ତ୍ରୀ ବିଟ୍ଟୁଙ୍କ ବିବାଦୀୟ ବୟାନ; ରାହୁଲ ଗାନ୍ଧୀ ଦେଶର ନମ୍ବର ୱାନ୍ ଆତଙ୍କବାଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ୍ ସିଂ ବିଟ୍ଟୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବିଟ୍ଟୁ, ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ କହିବାନୁସାରେ ରାହୁଲ ଗାନ୍ଧୀ ଦେଶର ଶିଖ୍‌ଭାଇଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛନ୍ତି । ଶିଖମାନେ କୌଣସି ଦଳ ସହ ଜଡିତ ନୁହଁନ୍ତି । କିନ୍ତୁ ରାହୁଲ ଶିଖ୍ ସମ୍ପ୍ରଦାୟ ସମ୍ପର୍କରେ ଦେଇଥିବା ବୟାନ୍ ସେମାନଙ୍କ ମଧ୍ୟରେ ନିଆଁ ଲଗାଇବାକୁ ଏକ ପ୍ରୟାସ ବୋଲି ବିବେଚନା କରାଯାଉଛି । ରାହୁଲ କେବଳ ଗରିବଙ୍କ ଘରେ ଫଟୋ ଉଠାଇବା ପାଇଁ ଯାଉଥିବା ଏବଂ ସେଠାରେ ରାଜନୀତି କରିବାରେ ବ୍ୟସ୍ତ ରହିବାକୁ ଭଲପାଇଥାନ୍ତି । ରାହୁଲ ଗାନ୍ଧୀ ବାସ୍ତବରେ ଜଣେ ଭାରତୀୟ ନାଗରିକ ହିଁ ନୁହଁନ୍ତି ବୋଲି ମଧ୍ୟ କହିଛନ୍ତି ବିଟ୍ଟୁ । ଆମେରିକାରେ ଶିଖ୍ ସମ୍ପ୍ରଦାୟଙ୍କ ବିଷୟରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତି ଉପରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ବିଟ୍ଟୁ ଏପ୍ରକାର ବିବାଦୀୟ କଥା କହିଛନ୍ତି । ରବିବାର ଭାଗଲପୁର ଠାରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଟ୍ଟୁ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ।

ବିଟ୍ଟୁଙ୍କ କହିବାନୁସାରେ ରାହୁଲ ଗାନ୍ଧୀ ସବୁବେଳେ ବିଦେଶ ଯାଇ ଦେଶ ବିଷୟରେ ଭୁଲ୍ କଥା କହୁଛନ୍ତି । ତାଙ୍କ ଠାରେ ବ୍ୟବହାରିକ ବୁଝାମଣା ନାହିଁ । ଆଜି ପର୍ଯ୍ୟନ୍ତ ସେ ଶ୍ରମିକ ଓ ମୋଚିଙ୍କ ଯନ୍ତ୍ରଣା ଜାଣିପାରୁନାହାନ୍ତି । ଅଧାରୁ ଅଧିକ ବୟସ ବିତିଗଲାଣି । ସେ ବୁଝନ୍ତି ନାହିଁ ଯେ ଏପ୍ରକାର ମତ ମନ୍ତବ୍ୟ କରିବା ଦ୍ୱାରା ସେ ନିଜେ ହିଁ ଉପହାସର ପାତ୍ର ସାଜୁଛନ୍ତି । ରାହୁଲ କହିଥିଲେ, ଆଜି ତାଙ୍କୁ ଶିଖ୍ ଭାଇମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ହେଉଛି । କିନ୍ତୁ ଭାରତରେ କୌଣସି ଜଣେ ହେଲେ ଶିଖ୍ ଏପରି ନାହିଁ, ଯିଏକି ଭୟଭୀତ ହୋଇ ବଞ୍ôଚଛି । ଯଦି ଏହା ସତ୍ୟ ନହୁଏ ତେବେ ସେ (ବିଟ୍ଟୁ ନିଜେ) ରାଜନୀତି ଛାଡିଦେବେ ବୋଲି କହିବାକୁ ମଧ୍ୟ ବିଟ୍ଟୁ ପଛାଇନାହାନ୍ତି ।

କଂଗ୍ରେସ ପ୍ରଥମେ ଲୋକମାନଙ୍କ ମଧ୍ୟରେ ନିଆଁ ଲଗାଇବା ପାଇଁ ମୁସଲମାନମାନଙ୍କୁ ବ୍ୟବହାର କରୁଥିଲା, ଏବେ ଶିଖ୍ ସମ୍ପ୍ରଦାୟଙ୍କ ଭିତରେ ମଧ୍ୟ ସମାନ କାଣ୍ଡ ଭିଆଇବାକୁ ଚେଷ୍ଟା କରୁଛି । ରାହୁଲଙ୍କ ବିବୃତିରୁ ନିଶ୍ଚିତ ଭାବରେ ସୀମାରେ ଥିବା ଶିଖ୍‌ମାନଙ୍କ (ଯେଉଁମାନେ ଦେଶକୁ ସୁରକ୍ଷା ଦେଉଛନ୍ତି) ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ କଂଗ୍ରେସ ଚେଷ୍ଟା କରୁଥିବା ପ୍ରମାଣ ମିଳୁଛି । ଅନ୍ୟପକ୍ଷେ ରାହୁଲଙ୍କ ଏପ୍ରକାର ଦେଶଦ୍ରୋହୀ ବିବୃତିକୁ ବିଚ୍ଛିନ୍ନତାବାଦୀ ଶକ୍ତିମାନେ ହିଁ ପ୍ରଶଂସା କରୁଛନ୍ତି । ଏହାର ଅର୍ଥ ଆଜିର ଯୁଗରେ ରାହୁଲ ଗାନ୍ଧୀ ଦେଶର ୧ନଂ ଆତଙ୍କବାଦୀ, ଦେଶର ୧ ନଂ ଶତ୍ରୁ । ଯଦି ଦେଶର ଶତ୍ରୁ କିମ୍ବା ଯେକୌଣସି ଲୋକକୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଯାଉଛି, ତା’ହେଲେ ଏହା ରାହୁଲ ଗାନ୍ଧିଙ୍କ ପାଇଁ ହେବା ଦରକାର ବୋଲି ବିଟ୍ଟୁ କହିଛନ୍ତି । ପ୍ରକାଶ, ରବନୀତ ସିଂହ ବିଟ୍ଟୁ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ସେ ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ କେନ୍ଦ୍ରମନ୍ତ୍ରୀ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking