14.1 C
Bhubaneswar
Friday, December 19, 2025
Homeଖେଳଆଜିଠାରୁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ୍‌; ଭାଗନେବେ ୧୬ ଟିମ୍‌, ଅଷ୍ଟ୍ରେଲିଆ-ସ୍କଟ୍‌ଲାଣ୍ଡ ପ୍ରଥମ ମ୍ୟାଚ୍‌

ଆଜିଠାରୁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ୍‌; ଭାଗନେବେ ୧୬ ଟିମ୍‌, ଅଷ୍ଟ୍ରେଲିଆ-ସ୍କଟ୍‌ଲାଣ୍ଡ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ରବିବାରଠାରୁ ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ସ୍କଟ୍‌ଲାଣ୍ଡ୍ ମଧ୍ୟରେ ସକାଳ ୮ଟାରେ ଖେଳାଯିବ। ମାଲେସିଆରେ ୧୬ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୧୬ ଟିମ୍ ଭାଗ ନେଉଛନ୍ତି। ଚଳିତ ସିଜନ୍‌ରେ ୪୧ ମ୍ୟାଚ୍ ୪ଟି ଭେନ୍ୟୁରେ ଖେଳାଯିବ। ୨୦୨୩ରେ ଆରମ୍ଭ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଟାଇଟଲ୍ ଜିତିଥିବା ଭାରତ ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଫେବୃଆରୀ ୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ବେଳେ ଏହି ଗ୍ରୁପ୍‌ର ସମସ୍ତ ମ୍ୟାଚ୍ ସେଲାନ୍‌ଗୋର୍ ବାୟୁମାସ ଓଭାଲ୍ ଗ୍ରାଉଣ୍ଡ୍‌ରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ। ଗ୍ରୁପ୍‌-ଏ’ ବ୍ୟତୀତ ଗ୍ରୁପ୍‌-ବି’ର ମ୍ୟାଚ୍ ଡାଟୋ ଷ୍ଟାଡିୟମ୍‌ରେ, ସାରାଭାକ୍‌ର ବୋରନିଆଓ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଗ୍ରୁପ୍‌-ସି’ ଓ ସଲାନ୍‌ଗୋର୍‌ର ୟୁକେଏମ୍ ଭିଏସ୍‌ଡି ଓଭାଲ୍ ଷ୍ଟାଡିୟମ୍‌ରେ ଗ୍ରୁପ୍‌-ଡି’ର ମ୍ୟାଚ୍ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking