23.1 C
Bhubaneswar
Monday, February 2, 2026
Homeଖେଳଅଣ୍ଡର ୧୯ ଏସିଆ କପ: ଭାରତକୁ ୩୪୮ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ

ଅଣ୍ଡର ୧୯ ଏସିଆ କପ: ଭାରତକୁ ୩୪୮ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅଣ୍ଡର ୧୯ ଏସିଆ କପ୍‌ ଫାଇନାଲରେ ଭାରତକୁ ୩୪୮ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ। ଦୁବାଇର ଆଇସିସି ଏକାଡେମୀରେ ଭାରତ ଅଧିନାୟକ ଆୟୁଷ ମହାତ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୭ ରନ କରିଛି। ସମୀର ମିନାହାସଙ୍କ ବିସ୍ଫୋରକ ୧୭୨ ବଳରେ ପାକିସ୍ତାନ ୩୪୭ ରନ୍ କରିଛି। ପାକିସ୍ତାନ ପକ୍ଷରୁ ସମୀର ମିନହାସ ଶତକ ହାସଲ କରିଥିଲେ, ୧୧୩ ବଲରୁ ୧୭୨ ରନ୍ କରିଥିଲେ। ଅହମ୍ମଦ ହୁସେନ ୫୬ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ତିନୋଟି ୱିକେଟ୍ ନେଇଥିବା ବେଳେ ଖିଲାନ ପଟେଲ ଏବଂ ହେନିଲ ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। କନିଷ୍କ ଚୌହାନ ଗୋଟିଏ ୱିକେଟ୍ ନେଇଥିଲେ। ୩୪୮ ରନ୍‌ର ଲକ୍ଷ ହାସଲ କଲେ ଚାମ୍ପିଆନ୍ ହେବ ଭାରତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking