29.1 C
Bhubaneswar
Monday, February 9, 2026
Homeଖେଳଶ୍ରୀଲଙ୍କା ଦିନିକିଆ ସ୍କ୍ୱାଡ୍‌ରେ ଅନ୍‌କ୍ୟାପ୍‌ଡ ଚାମିନ୍ଦୁ

ଶ୍ରୀଲଙ୍କା ଦିନିକିଆ ସ୍କ୍ୱାଡ୍‌ରେ ଅନ୍‌କ୍ୟାପ୍‌ଡ ଚାମିନ୍ଦୁ

କଲମ୍ବୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅନ୍‌କ୍ୟାପ୍‌ଡ ଅଲ୍‌ରାଉଣ୍ଡର ଚାମିନ୍ଦୁ ୱିକ୍ରମାସିଂଘେଙ୍କୁ ଶ୍ରୀଲଙ୍କା ସ୍କ୍ୱାଡ୍‌ରେ ସୁଯୋଗ ମିଳିଛି। ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ ଯୋଗୁଁ ଅଗଷ୍ଟରେ ଭାରତ ବିପକ୍ଷରେ ଖେଳିନଥିବା ଦିଲ୍‌ଶାନ୍ ମଧୁଶଙ୍କା ମଧ୍ୟ ସ୍କ୍ୱାଡ୍‌କୁ ଫେରିଛନ୍ତି। ଭାରତ ବିପକ୍ଷ ସିରିଜ୍‌ରେ ପଦାର୍ପଣ କରିଥିବା ମହମଦ ସିରାଜ୍ ନିଜ ସ୍ଥାନ ବଜାୟ ରଖିଛନ୍ତି। ଆହତ କାରଣରୁ ଭାରତ ବିପକ୍ଷ ଶେଷ ଦୁଇଟି ମ୍ୟାଚ୍ ହରାଇଥିବା ୱାନିନ୍ଦୁ ହସରଙ୍ଗା ଶ୍ରୀଲଙ୍କା ୫୦ ଓଭର୍ ସେଟ୍‌ଅପ୍‌କୁ ଫେରିଥିବା ବେଳେ ଅଲ୍‌ରାଉଣ୍ଡର୍ ଚାମିକା କରୁଣାରତ୍ନୋ ଓ ସ୍ପିନର୍ ଅକିଲା ଧନଞ୍ଜୟ ବାଦ୍ ପଡ଼ିଛନ୍ତି।

ଆହତ ମଥିଶା ପାଥିରାନାଙ୍କ ସତେମ ଦୁଷ୍ମନ୍ତ ଚମିରା ଓ ନୁୱନ୍ ତୁଷାରାଙ୍କୁ ୧୬ ଜଣିଆ ସ୍କ୍ୱାଡ୍‌ରେ ସ୍ଥାନ ମିଳିନାହିଁ। ଭାରତ ବିପକ୍ଷ ସିରିଜ୍ ପାଇଁ ଦିନିକିଆ ଡାକରା ପାଇ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିବା ନିଶାନ୍ ମଧୁକ୍ଷାଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଟି-୨୦ ସିରିଜ୍ ୨-୧ରେ ଜିତିଥିବା ଶ୍ରୀଲଙ୍କା କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୦ରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ଅକ୍ଟୋବର ୨୩ ଓ ୨୬ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ପାଲେକେଲ୍‌ରେ ଖେଳାଯିବ।

ଶ୍ରୀଲଙ୍କା ସ୍କ୍ୱାଡ୍‌: ଚରିଥ୍ ଅସଲାଙ୍କା (କ୍ୟାପ୍‌ଟେନ୍‌), ଅଭିଷ୍କାର ଫର୍ଣ୍ଣାଣ୍ଡୋ, ପାଥୁମ ନିଶଙ୍କା, କୁସଳ ମେଣ୍ଡିସ୍‌, କାମିନ୍ଦୁ ମେଣ୍ଡିସ୍‌, ଜାନିଥ୍ ଲିୟାନାଗେ, ସଦିରା ସମରାୱିକ୍ରମା, ନିଶାନ୍ ମଧୁକ୍ଷା, ଦୁନିଥ୍ ୱେଲାଲାଗେ, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷାଣା, ଜେଫ୍ରି ଭାଣ୍ଡରସେନ୍‌, ଚାମିନ୍ଦୁ ୱିକ୍ରମସିଂଘେ, ଅସିଥା ଫର୍ଣ୍ଣାଣ୍ଡୋ, ସିଲ୍‌ଶାନ୍ ମଧୁଶଙ୍କା, ମହମଦ ଶିରାଜ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking