ଭୁବନେଶ୍ୱର: ଏପ୍ରିଲ ଆରମ୍ଭରୁ ଜଳାଇଲାଣି ତାତି । ରାଜ୍ୟରେ ଡହଡହ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ । ଆଗକୁ ଆହୁରି ହେବ ବୋଲି ଆଲର୍ଟ ଜାରି କରିି ଆଞ୍ଚଳିକ ପାଣିପାଗ ବିଭାଗ । ୩ ଦିନ ପାଇଁ ୪ ଜିଲ୍ଲାକୁ ୱାଣ୍ଣିଂ ଜାରି କରାଯାଇି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକକୁ ୱାଣ୍ଣିଂ ଜାରି କରାଯାଇଛି । ଏପ୍ରିଲ ମାସ ଆରମ୍ଭରୁ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଅସହ୍ୟ କଲାଣି । ସକାଳ ୧୦ଟାରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ପଶ୍ଚିମ ଓଡିଶାରେ ଟାଇଁ ଟାଇଁ ଖରା ହେଉଛି । ଉପକୂଳ ଓଡିଶାରେ ଗୁଳୁଗୁଳି ପାଇଁ ଗରମ ଆହୁରି ଦୁଇଗୁଣା ଅନୁଭବ ହେଉଛି । ରାଜଧାନୀ ଭୁବନେଶ୍ୱରରେ ଆଜି ଆର୍ଦ୍ରତା ୫୩ ପ୍ରତିଶତ ରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଓଡିଶାରେ ଗରମ ଅନୁଭୂତ ହେଉଛି । ଗତ କିି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିି । ସେଥିପାଇ ରାଜ୍ୟକୁ ହିଟ ଆଣ୍ଡ ହ୍ୟୁମିଡିଟି ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାତ୍ରାଧିକ ଆର୍ଦ୍ରତା ପାଇଁ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ।










