24.1 C
Bhubaneswar
Monday, April 6, 2026
Homeଖେଳପାକିସ୍ତାନ ଚୟନ କମିଟିରେ ଅମ୍ପାୟାର୍‌

ପାକିସ୍ତାନ ଚୟନ କମିଟିରେ ଅମ୍ପାୟାର୍‌

କରାଚି: ମୁଲତାନ ଟେଷ୍ଟରେ ଶୁକ୍ରବାର ଇଂଲଣ୍ଡ ହାତରୁ ଶୋଚନୀୟ ପରାଜୟ ମିଳିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜ ଚୟନ କମିଟିକୁ ପୁଣିଥରେ ପୁନର୍ଗଠିତ କରିଛି। ଏଥିରେ ଅନ୍ତର୍ଜାତୀୟ ଅମ୍ପାୟାର୍ ଅଲୀମ୍ ଡାର୍‌, ପୂର୍ବତନ ଟେଷ୍ଟ କ୍ରିକେଟର୍ ଅକିବ୍ ଜାଭେଦ୍‌, ଆଝାର ଅଲୀ ଏବଂ ଟିମ୍ ଆନାଲିଷ୍ଟ ହସନ୍ ଚିମାଙ୍କୁ ସାମିଲ କରାଯାଇଛି।

ପୂର୍ବତନ ଖେଳାଳି ଅସଦ ଶଫିକ୍ ପୂର୍ବରୁ କମିଟିରେ ସାମିଲ ଥିଲେ। ଏବେ ସମସ୍ତ କମିଟି ସଦସ୍ୟଙ୍କ ନିକଟରେ ଚୟନ ପ୍ୟାନେଲ୍‌ରେ ଭୋଟିଂ ଅଧିକାର ରହିବ। ଅଲୀମ୍ ଡାର୍ ଗତ ମାସରେ ସେ ଘୋଷଣା କରିଥିଲେ ଯେ ଚଳିତ ସିଜନ୍‌ରେ ସେ ଅନ୍ତିମ ଥର ଅମ୍ପାୟରିଂ ଭୂମିକାରେ ଦେଖିବାକୁ ମିଳିବେ। ପିସିବି ପ୍ରଥମ ଥର ନିଜ ଚୟନ କମିଟିରେ କୌଣସି ଅମ୍ପାୟାର୍‌ଙ୍କୁ ସ୍ଥାନ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking