27.1 C
Bhubaneswar
Thursday, March 26, 2026
Homeଖେଳଅମ୍ପାୟାର ବିସମିଲ୍ଲାହ ଜାନ ଶିନୱାରୀଙ୍କ ପରଲୋକ

ଅମ୍ପାୟାର ବିସମିଲ୍ଲାହ ଜାନ ଶିନୱାରୀଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଇସିସି ଅମ୍ପାୟାର ପ୍ୟାନେଲ ସଦସ୍ୟ ବିସମିଲ୍ଲାହ ଜାନ ଶିନୱାରୀଙ୍କ ୪୧ ବର୍ଷ ବୟସରେ ଦେହାନ୍ତ ଘଟିଛି। କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଫଗାନିସ୍ତାନର ଶିନୱାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ପାକିସ୍ତାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା କିନ୍ତୁ ତା’ପରେ ତାଙ୍କର ମୃତ୍ୟୁ ଘଟିଛି। ଶିନୱାରୀ ୪୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ବିସମିଲ୍ଲାହ ଜାନ ଶିନୱାରୀ ୨୫ଟି ଦିନିକିଆ ଏବଂ ୨୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ଏହା ବ୍ୟତୀତ ସେ ୯ଟି ଦିନିକିଆ ଏବଂ ୫ଟି ଟି-୨୦ମ୍ୟାଚ୍‌ରେ ଟିଭି ଅମ୍ପାୟାର ମଧ୍ୟ ଥିଲେ। ତାଙ୍କର ହଠାତ ମୃତ୍ୟୁ ଯୋଗୁଁ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଇସିସି ଏବଂ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବିସମିଲ୍ଲାହ ଜାନ ଶିନୱାରୀଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି, “ସେ ଅସୁସ୍ଥ ହେବା ପରେ ପେଶାୱାର ଯାଇଥିଲେ। ସେ କହିଥିଲେ ଯେ, ସେ ଅତିରିକ୍ତ ଚର୍ବି କମାଇବା ପାଇଁ ଅସ୍ତ୍ରୋପଚାର କରିବାକୁ ଚାଁହୁଥିଲେ। ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଅସ୍ତ୍ରୋପଚାର ପରେ ତାଙ୍କର ମୃତ୍ୟୁ ଘଟିଥିଲା।” ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଶୋକ ପ୍ରକାଶ କରି ଲେଖିଛି ଯେ, “ଆଫଗାନିସ୍ତାନର ଏଲିଟ୍ ଅମ୍ପାୟାରିଂ ପ୍ୟାନେଲର ଜଣେ ସମ୍ମାନିତ ସଦସ୍ୟ ବିସମିଲ୍ଲା ଜାନ ଶିନୱାରୀଙ୍କ ଦେହାନ୍ତରେ ନେତୃତ୍ୱ, କର୍ମଚାରୀ ଏବଂ ସମସ୍ତେ ଗଭୀର ଦୁଃଖ ଏବଂ ମର୍ମାହତ। ବିସମିଲ୍ଲା ଜାନ ଆଫଗାନ କ୍ରିକେଟର ଜଣେ ମହାନ ସେବକ ଥିଲେ। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କ ପରିବାର, ବନ୍ଧୁ ଏବଂ ସମଗ୍ର ଆଫଗାନ କ୍ରିକେଟ୍ ପ୍ରତି ସମବେଦନା ଏବଂ ଗଭୀର ସମବେଦନା ପ୍ରକାଶ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking