27.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶୟୁଜିସି ଦେଲା ଅନୁମତି: ନିଜସ୍ୱ ପ୍ରବେଶିକା ପରୀକ୍ଷା; କରିପାରିବେ ବିଶ୍ୱବିଦ୍ୟାଳୟ

ୟୁଜିସି ଦେଲା ଅନୁମତି: ନିଜସ୍ୱ ପ୍ରବେଶିକା ପରୀକ୍ଷା; କରିପାରିବେ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ଯଦି ଏକାଧିକ କାଉନସେଲିଂ ପରେ ମଧ୍ୟ ଆସନ ବଳକା ରହିଯାଏ ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ପିଲାମାନଙ୍କୁ ଆଡମିଶନ୍ ଦେବା ଉଦ୍ଦେଶ୍ୟରେ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ । ଏନେଇ ୟୁନିଭର୍ସଟିସ ଗ୍ରାଣ୍ଟ୍‌ସ କମିଶନ (ୟୁଜିସି) ପକ୍ଷରୁ ଆଜି ଅନୁମତି ଦିଆଯାଇଛି । ରିପୋର୍ଟ ଅନୁସାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡୁଥିବା ଆସନ ପୂରଣ କରିବା ପାଇଁ ୟୁଜିସି ଏହି ନିଷ୍ପତ୍ତି ନେଇଛି । ପ୍ରକାଶ, ସେପ୍ଟେମ୍ବର ୨୦, ୨୦୨୩ରେ ୟୁଜିସିର ୫୭୨ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେବେଠାରୁ ଏହି ନିଷ୍ପତ୍ତି ଉପରେ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯାଇନଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି ।
ଏକାଧିକ କାଉନସେଲିଂ ପ୍ରକ୍ରିୟା ସତ୍ତ୍ୱେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ସେମାନଙ୍କ ଅନୁବନ୍ଧିତ କଲେଜଗୁଡ଼ିକରେ ବହୁ ସଂଖ୍ୟକ ସିଟ୍ ଖାଲି ରହିଛି । ଏହା ଦ୍ୱାରା କେବଳ ସମ୍ବଳର ଅପଚୟ ହେଉଛନ୍ତି ତାହା ନୁହେଁ, ବରଂ ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ସୁଯୋଗରୁ ବଞ୍ଚିତ ରହୁଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ୟୁଜିସି ଯୋଜନା କରିଛି । ଏହି ସମସ୍ୟାର ସମାଧାନ ପାଇଁ, ୟୁଜିସି ମାନକ ଅପରେଟିଂ ପ୍ରଣାଳୀ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର, ଏସଓପି) ର ଏକ ସେଟ୍ ଅନୁମୋଦନ କରିଛି, ଏହା ସାହାଯ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡିକ ଖାଲି ଥିବା ସିଟକୁ ପୂରଣ କରିବା ପାଇଁ ନିଜସ୍ୱ ପରୀକ୍ଷା କରିପାରିବେ । ତେବେ ଏହା ଏକ ବିକଳ୍ପ, ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ସିୟୁଇଟି ପ୍ରାଥମିକ ମାନଦଣ୍ଡ ହୋଇରହିବ । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସିୟୁଇଟି ମାର୍କ ମାଧ୍ୟମରେ ଆଡମିଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking