35.1 C
Bhubaneswar
Tuesday, October 1, 2024
Homeଓଡିଶାସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଆକ୍ରମଣ ଘଟଣାରେ୨୭ ଜଣ ଗିରଫ

ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଆକ୍ରମଣ ଘଟଣାରେ୨୭ ଜଣ ଗିରଫ

ଭଦ୍ରକ: ସୁଧୁରୁଛି ଭଦ୍ରକ ସ୍ଥିତି । ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩ । ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ। ସେହିପରି ପୋଲିସ ଉପରେ ଆକ୍ରମଣ ଘଟଣାରେ ଏଯାଏ ୨୭ ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ଏବେବି ୧୬୩ ଧାରା ଜାରି ରହିଛି । ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ । ତେବେ ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଜରୁରୀ ସ୍ଥାନରେ ଲିଜ ଲାଇନ ଜରିଆରେ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି ।

ସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ ଧାମନଗର ଓ ନଙ୍ଗା ମହଲା ଅଞ୍ଚଳରେ ଦୋକାନ ବଜାର ଖୋଲିଛି । ସେହିପରି ଗତକାଲି ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇ ଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି । ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ରାତ୍ରକୀଳୀନ ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ କରାଯାଉଛି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ସ୍ଥିତି ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ବୈଠକରେ ଡିଆଜି, ଏସ୍‌ପି ଓ ମାଜିଷ୍ଟ୍ରେଟ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking