33.1 C
Bhubaneswar
Monday, March 30, 2026
Homeଓଡିଶାଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ

ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ

ସୋର: ଦାଣ୍ଡ ହରିପୁର ଗେଟ ନିକଟରେ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ରାକେଶ କୁମାର ପାଢୀ (୩୫) ଓ ତାଙ୍କ ମାଉସୀ ପୁଅ ଏକ ବାଇକ ଯୋଗେ ଆସୁଥିବା ବେଳେ ଏହି ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ। ହଠାତ ପଛରେ ବସିଥିବା ରାକେଶଙ୍କ ଭାଇ ଟ୍ରେନ ସମ୍ମୁଖକୁ ଆତ୍ମହତ୍ୟା ପାଇଁ ଦୌଡ଼ିଥିବା ବେଳେ ରାକେଶ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଏହି ସମୟରେ ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ପୁରୀ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା। ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ନେଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking