19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଝୁଲି ପଡ଼ିଲେ ଦୁଇ ଛାତ୍ର

ଝୁଲି ପଡ଼ିଲେ ଦୁଇ ଛାତ୍ର

ନୂଆଦିଲ୍ଲୀ: ଝୁଲି ପଡ଼ିଲେ ଜେଇଇ ପରୀକ୍ଷା ପାଇଁ କୋଚିଂ ନେଉଥିବା ଦୁଇ ଛାତ୍ର। ରାଜସ୍ଥାନର କୋଟାରୁ ସାମ୍ନାକୁ ଆସିଛି ପୁଣି ଏଭଳି କିଛି ଅଭିଯୋଗ। ସୂଚନା ମୁତାବକ, କୋଟାର ବିଜ୍ଞାନ ନଗରରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ଅଭିଷେକ ବୋଲି ଜଣା ପଡିଛି।

ସେ ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ବାସିନ୍ଦା ଥିଲେ।ଅଭିଷେକ ଗତ ବର୍ଷ ମେ ମାସରୁ କୋଟାର ଏକ କୋଚିଂ ସେଣ୍ଟରରେ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଠାରେ ବିଜ୍ଞାନ ନଗର ପୁଲିସ୍ ଷ୍ଟେସନ ପରିସରରେ ଥିବା ଡାକନିଆ ଅଞ୍ଚଳରେ ଏକ ପିଜିରେ ରହୁଥିଲେ। ପୁଲିସର ସୂଚନାନୁସାରେ ଅଭିଷେକ କୋଠରୀରେ ଥିବା ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ସେହିପରି ଏହାପୂର୍ବରୁ ବୁଧବାର କୋଟା ଜିଲ୍ଲାର ଜବାହର ନଗର ଥାନା ଅଞ୍ଚଳରେ ମଧ୍ୟ ଆଇଆଇଟି -ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ  ହେଉଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଛାତ୍ର ଜଣକ ଥିଲେ ୧୯ ବର୍ଷୀୟ ନୀରଜ। ସେ ହରିୟାଣାର ବାସିନ୍ଦା ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking