ଜଗତସିଂହପୁର: ନାଉଗାଁ କଲେଜ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ବିଷ ପିଇଥିବା ସନ୍ଦେହ କରାଯାଉଛି । ଦୁହିଁଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ନିଆଯାଇଥିଲା । ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଉଭୟ ଛାତ୍ରଛାତ୍ରୀ ନାଉଗାଁ ଅଞ୍ଚଳର ବୋଲି ସୂଚନା ମିଳିଛି ।