23.1 C
Bhubaneswar
Sunday, February 8, 2026
Homeଅପରାଧଧାମନଗରରୁ ଦୁଇ ଚୋରା ବାଇକ୍ ଜବତ, ୪ ଗିରଫ

ଧାମନଗରରୁ ଦୁଇ ଚୋରା ବାଇକ୍ ଜବତ, ୪ ଗିରଫ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ତଳେ ଏକ ବାଇକ୍ ଚୋରି ହୋଇଥିଲା। ଏନେଇ ଧାମନଗର ଥାନାରେ ଅଭିଯୋଗ ପରେ ନିକଟସ୍ଥ ହବିବିନଗରରୁ ସାହା ଅକ୍ତାର ଓ ସାହା କଲୁମୁଦିନିକୁ ଗିରଫ କରିବା ସହ ସେମାନଙ୍କଠାରୁ ଗାଡ଼ି ଜବତ କରି ଏକ ମାମଲା ରୁଜୁ କରାଯାଇଛି। ସେହିପରି ଭଦ୍ରକ ଚରମ୍ପା ରେଲୱେ ପ୍ଲାଟ୍‌ଫର୍ମ ନିକଟରୁ ଏକ ବାଇକ୍ ଚୋରୀ ହୋଇଥିଲା। ଏନେଇ ଭଦ୍ରକ ଜିଆର୍‌ପି ପୁଲିସ ନିକଟରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଉକ୍ତ ଚୋରା ଗାଡ଼ିକୁ ଶୁକ୍ରବାର ଧାମନଗରସ୍ଥିତ ଚୁନୁପଡ଼ା ଅଞ୍ଚଳରୁ ଧାମନଗର ପୁଲିସ ଜବତ କରିବା ପରେ ଅନ୍ୟ ନମ୍ବର ପ୍ଲେଟ୍ ଲଗାଇ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବା ଜାଣିବାକୁ ପାଇଥିଲା। ଏନେଇ ପୁଲିସ ତଦନ୍ତ ପରେ ଭଦ୍ରକ ଜିଆର୍‌ପି ପୁଲିସର ଏଏସ୍‌ଆଇ ଏ କେ ଖାନ୍‌, କନେଷ୍ଟବଳ ଜେ ଆର୍ ଜମ୍ବୁଲ ଓ ପି ସି ଗିରି ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ଧାମନଗରରୁ ୨ ଜଣଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking