22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଦୁଇ ସାବତ ସାନ ଭାଇର ତଣ୍ଟି କାଟିଲା  ବଡ ଭାଇ

ଦୁଇ ସାବତ ସାନ ଭାଇର ତଣ୍ଟି କାଟିଲା  ବଡ ଭାଇ

ନୂଆଦିଲ୍ଲୀ :  ନିଜ ସାବତ ସାନ ଭାଇକୁ  ସ୍କୁଲ ଛାଡିବାକୁ ଯାଉଥିଲା ଜଣେ ଯୁବକ ।  ହେଲେ ହଠାତ  ଯୁବକ ଜଣଙ୍କ ସାନ ଭାଇଙ୍କୁ  ତଣ୍ଟି କାଟି ହତ୍ୟା କରିଦେଇଛି । ଡିସେମ୍ବର ୨୧ରେ  ୨ ନାବାଳକଙ୍କ ତଣ୍ଟି କଟା ମୃତଦେହ  ଆସାମର  ସନ୍ତୋପଡାରୁ ପୁଲିସ ଉଦ୍ଧାର  କରିଥିଲା ।  ଏବେ ଏହି ଘଟଣାରେ  ପୁଲିସ ଦୁଇ ନାବାଳକ ଙ୍କ  ସାବତ ବଡ ଭାଇକୁ ଗିରଫ କରିଛି । ଡିସେମ୍ବର ୨୦ରେ ପୂରା ଘଟଣା ଘଟିଥିଲା । ୨ ନାବାଳକ ଘରୁ ସ୍କୁଲକୁ ବାହାରିଥିଲେ ।  ହେଲେ ସେମାନେ  ଆଉ ଫେରିନଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ହେଲେ କୌଣସି ସୁଫଳ ମିଳି ନଥିଲା। କିନ୍ତୁ ଦିନକ ପରେ ଦୁଇ ନାବାଳକଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା। ପୁଲିସ୍ ନୀରଜକୁ ଗିରଫ କରିବା ସହ ତା’ର ବାଇକ ଓ ହତ୍ୟାରେ ବ୍ୟବହାର କରିଥିବା ଛୁରୀକୁ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking