ହାଇଦ୍ରାବଦ୍: ମା’ର ଗଳିତ ମୃତଦେହ ପାଖେ ୧୦ ଦିନ ଏକ ବନ୍ଦ କୋଠରୀରେ ଦୁଇ ଝିଅ । ଆର୍ôଥକ ଅଭାବରୁ ମା’ର ଅନ୍ତିମ ସଂସ୍କାର ନ କରି ପାରି ଦୁଃଖରେ ଭାଙ୍ଗିପଡି ମା’ର ମୃତଦେହ ନିକଟରେ ଜଗି ରହିଲେ ଦୁଇ ଝିଅ । ତେବେ ଏନେଇ ପଡୋଶୀ ପୋଲିସକୁ ସୂଚନା ଦେବା ପରେ ମୃତଦେହକୁ ହସପିଟାଲ ନିଆଯାଇଥିଲା । ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଖବର ମୁତାବକ, ମା’ ର ହଠାତ୍ ମୃତ୍ୟୁ ପରେ ଦୁଇ ଭଉଣୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୁଃଖରେ ଭାଙ୍ଗିପଡି ଘର ବନ୍ଦ କରି ସେମାନେ ମାଆର ମର ଶରୀର ସହିତ ପ୍ରାୟ ୧୦ ଦିନ ରହିଲେ । ମୃତଙ୍କ ଦୁଇ ଝିଅ ରାୱାଲିକା(୨୫) ଶାଢି ଦୋକାନରେ କାମ କରୁଥିବା ବେଳେ ଅଶ୍ୱିତା (୨୨) ଜଣେ ଇଭେଣ୍ଟ ପ୍ଲାନର ।
ଦୁହେଁ ନିଜ ମା’ର ମୃତଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ ପଇସା ନଥିବାରୁ ଦୁହେଁ ମା’ର ମୃତଦେହ ସହିତ ଘରେ ରହିଥିଲେ । ୨୦୨୦ରେ ସେମାନଙ୍କ ବାପା ଛାଡି ଚାଲିଯାଇଥିଲେ । ତେବେ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହସପିଟାଲକୁ ପଠାଇଥିଲା । ପୋଲିସ ହସ୍ତକ୍ଷେପ ପୂର୍ବରୁ ବିଧାୟକ କ୍ୟାମ୍ପକୁ ଯାଇ ଏନେଇ ସୂଚନା ଦେଇଥିଲେ । ଜାନୁଆରୀ ୩୧ ତାରିଖରେ ଏହି ଦୁଇ ଭଉଣୀ ସ୍ଥାନୀୟ ବିଧାୟକଙ୍କ କ୍ୟାମ୍ପ କାର୍ଯ୍ୟାଳୟକୁ ଯାଇଥିଲେ ଯେ ଯେଉଁଠାରେ ସେମାନେ ନିବେଦନ କଲେ । ଟଙ୍କା ନଥିବାରୁ ଅନ୍ତିମ ସଂସ୍କାର କରିପାରୁ ନଥିବା କଥା କହିଥିଲେ । ହେଲେ ସେ କିଛି କରିପାରିବେ ନାହିଁ ଆଉ ପୋଲିସକୁ ସୂଚନା ଦେବାକୁ କହିଥିଲେ । ଶେଷରେ ନିରୁପାୟ ହୋଇ ଦୁଇ ଭଉଣୀ ମୃତଦେହ ନିକଟରେ ଜଗି ରହିଥିଲେ ।