ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଭାବନୀୟ ଘଟଣା । ପିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି ଦୁଇ ଭଉଣୀ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁଯାୟୀ, ଉଭୟ ଭଉଣୀ ମାନସିକ ରୋଗୀ । ଘରେ ତାଙ୍କର ଏକ ପୋଷା କୁକୁର ଥିଲା । କୁକୁରଟି କିଛି ଦିନ ଧରି ଅସୁସ୍ଥ ଥିଲା, ଯାହା ଫଳରେ ଉଭୟ ବହୁତ କଷ୍ଟ ଏବଂ ଚାପରେ ଥିଲେ । ଏହି ମାନସିକ ଚାପ ଫଳରେ ଜଣେ ଭଉଣୀ ପ୍ରଥମେ ଫିନାଇଲ୍ ପିଇଥଲା । ଅନ୍ୟ ଏକ ଭଉଣୀ ଏହା ଜାଣିବା ପରେ, ସେ ମଧ୍ୟ ଫିନାଇଲ୍ ପିଇ ଦେଇଥିଲା । ଏହା ପରେ ଭଉୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତର ପଠାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣା ସମୟରେ ଙରେ ଆଉ କେହି ଉପସ୍ଥିତ ଥିଲେ କି ନାହିଁ ତାହା ତଦନ୍ତ କରୁଛି ପୋଲିସ ।










