19.1 C
Bhubaneswar
Tuesday, January 13, 2026
Homeଖେଳକାର ଦୁର୍ଘଟଣାରେ ଦୁଇ ପର୍ତ୍ତୁଗୀଜ ଫୁଟବଲ ତାରକାଙ୍କ ମୃତ୍ୟୁ

କାର ଦୁର୍ଘଟଣାରେ ଦୁଇ ପର୍ତ୍ତୁଗୀଜ ଫୁଟବଲ ତାରକାଙ୍କ ମୃତ୍ୟୁ

ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି। ବ୍ରିଟେନର ଲିଭରପୁଲ୍ ଏଫସି ପାଇଁ ଖେଳୁଥିବା ପର୍ତ୍ତୁଗୀଜ୍ ଫୁଟବଲ୍ ଖେଳାଳି ଡିଓଗୋ ଜୋଟାଙ୍କ ଗୁରୁବାର ଉତ୍ତର ସ୍ପେନରେ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସିଭିଲ୍ ଗାର୍ଡର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଗୁରୁବାର ଭୋର ସମୟରେ ଜୋଟା ଏବଂ ତାଙ୍କ ଭାଇ ଆନ୍ଦ୍ରେ ସିଲଭାଙ୍କ କାରର ଟାୟାର ଫାଟିଯିବାରୁ ସେମାନେ ରାସ୍ତା ଛାଡ଼ି ଚାଲିଗଲେ। ସେ କହିଛନ୍ତି ଯେ ସ୍ଥାନୀୟ ସମୟ ପ୍ରାୟ ରାତି ୧୨:୩୦ ସମୟରେ ଜାମୋରା ପ୍ରଦେଶର ସେର୍ନାଡିଲା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଜୋଟା ଏବଂ ତାଙ୍କ ଭାଇ ଆନ୍ଦ୍ରେ ଉଭୟ ଫୁଟବଲ ତାରିକା ପର୍ତ୍ତୁଗାଲର ପେନାଫିଲ କ୍ଲବ ତରଫରୁ ପ୍ରତିନିଧିତ୍ଵ କରୁଥିଲେ।

ଏହା ସହିତ ଜୋଟା ପର୍ତ୍ତୁଗାଲର ଜାତୀୟ ଦଳ ପାଇଁ ମଧ୍ୟ ଖେଳୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉଭୟ ଭାଇ ସେମାନଙ୍କ ଲମ୍ବୋରଘିନି କାରରେ ଯାତ୍ରା କରୁଥିବା ସମୟରେ ସ୍ପେନର ଜାମୋରାଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଗାଡ଼ି ଅତିକ୍ରମ କରିବା ସମୟରେ ସେମାନଙ୍କ କାର୍‌ ଚକ ଫାଟିଯିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯିବାରୁ ଉଭୟ ଭ୍ରାତା ସେଥିରୁ ବାହାରି ନ ପାରି ପୋଡ଼ି ହୋଇ ପ୍ରାଣ ହରାଇଥିବା ପୁଲିସ କହିଛି। ଏହି ଘଟଣା ପରେ ପୁଟବଲ ଜଗତରେ ବିଶେଷ କରି ପର୍ତ୍ତୁଗୀଜ ଏବଂ ସ୍ପେନ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking