25.1 C
Bhubaneswar
Sunday, February 22, 2026
Homeଓଡିଶାଶୀତ ଦେଲା କଷ୍ଟ: ନିଆଁରେ ୨ ନାବାଳକ ଜୀବନ୍ତ ଦଗ୍ଧ

ଶୀତ ଦେଲା କଷ୍ଟ: ନିଆଁରେ ୨ ନାବାଳକ ଜୀବନ୍ତ ଦଗ୍ଧ

ବୌଦ୍ଧ: ଶୀତଲହରୀ ରାଜ୍ୟରେ ଜାରି ରହିଛି। ପ୍ରବଳ ଶୀତରୁ ରକ୍ଷା ପାଇଁ ଲୋକେ ସୂର୍ଯ୍ୟକିରଣ ଓ ନଆଁ ପାଖରେ ଆଶ୍ରୟ ନେଉଛନ୍ତି। ଏଭଳି ସ୍ଥିତିରେ ଏକ ଶୋକ ଖବର ଆସିଛି। ପାଳଗଦା ପାଖରେ ଜଳୁଥିବା ନିଆଁରେ ୨ ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧିନ ବଲାକିରା ଗାଁରେ ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ନାବାଳକମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳାକିରା ଗ୍ରାମକୁ ହରଭଙ୍ଗା ବ୍ଲକ ବସନ୍ତବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଊର୍ମା ଆସିଥିଲେ। କ୍ରୀଷ୍ଣା ନିଜ ସମ୍ପର୍କୀୟ ଘରକୁ ଆସିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇଙ୍କ ସାଙ୍ଗରେ ନିକଟସ୍ଥ ପାଳଗଦା ସମ୍ମୁଖରେ ଖେଳୁଥିଲେ। ସେମାନେ ଅସାବଧାନତା ହେତୁ ଉଭୟ ପୋଡ଼ି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହି ଦୁଇ ନାବାଳକଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking