ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର କୁପୱାଡା ଜିଲ୍ଲା ଏଲଓସି ନିକଟରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି । ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଅପରେସନ ଏବେ ବି ଜାରି ରହିଛି । ଭାରତୀୟ ସେନା ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସୂଚନା ପାଇବା ପରେ ଅପରେସନ ଆରମ୍ଭ କରିଛନ୍ତି । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ଦୁଇଟି ଏକେ ସିରିଜ ରାଇଫଲ, ୪ଟି ରକେଟ ଲଞ୍ଚର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରିଥିଲେ । ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।










