26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶୟୁଏଇରେ ଦୁଇ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ

ୟୁଏଇରେ ଦୁଇ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ

କେରଳ: କେରଳର ୨ ଜଣ ହତ୍ୟା ଅଭିଯୁକ୍ତଙ୍କୁ ସଂଯୁକ୍ତ ଆରବ ଏମିରେଟସରେ ମୃତ୍ୟୁଦଣ୍ଡ। ଏନେଇ ସୂଚନା ଦେଇଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମୃତ୍ୟୁଦଣ୍ଡ ପାଇଥିବା ୨ ଜଣ ହେଲେ ମହମ୍ମଦ ରିନାଶ ଆରଙ୍ଗିଲୋଟ୍ଟୁ ଓ ମୁରଲୀଧରନ ଭାଲାପିଲ। ୟୁଏଇର ଜଣେ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ରିନାଶଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ଜଣେ ଭାରତୀୟଙ୍କୁ ହତ୍ୟା ଅଭିଯୋଗରେ ମୁରଲୀଧରନଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଗତ ଫେବୃଆରୀ ୨୮ରେ ୟୁଏଇ ସରକାର ବୈଦେଶିକ ମନ୍ତ୍ରାଳୟଙ୍କୁ ଜଣାଇଥିଲେ। ସେହି ଦୁଇ ଜଣଙ୍କ ଲାଗି ସମସ୍ତ ପ୍ରକାର ଆଇନଗତ ସହାୟତା, ମର୍ସି ପିଟିସନ, କ୍ଷମା ଆବେଦନ ଆଦି ଦାଖଲ କରାଯାଇଥିଲା। ମାତ୍ର ସବୁକିଛି ବ୍ୟର୍ଥ ହୋଇଥିଲା। ଗତ ଫେବୃଆରୀ ୧୫ରେ ଉତ୍ତରପ୍ରଦେଶର ଜଣେ ମହିଳା ଶାହାଜାଦି ଖାଁଙ୍କୁ ବି ୟୁଏଇରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୨୨ ଡିସେମ୍ବରରେ ସେ ଜଣେ ୪ ମାସର ଶିଶୁକୁ ହତ୍ୟା ନେଇ ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking