25.1 C
Bhubaneswar
Sunday, December 21, 2025
Homeଓଡିଶାଧାନକଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ଧାନକଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

କେନ୍ଦ୍ରାପଡା: ସରକାରୀ ଜମିରା ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବଲ୍କ୍ ପେଟଛିଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ଦିନ ହେବ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ଲାଗି ପ୍ରଶାସନ ବିଏନ୍‌ଏସ୍ ୧୬୩ ଧାରା ଲାଗୁ କରିଛି । ସୂଚନା ଅନୁସାରେ, ଗାଁରେ କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚା, କରି ପରିବାର ପ୍ରତି ପୋଷଣ କରୁଥିଲେ ।  ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀମାନେ ସେହି ଜମିରୁ ଧାନ କାଟୁଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିଲା । ହେଲେ ସେମାନେ ନମାନିବାରୁ ପୋଲିସ ଉପସ୍ଥିତିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥଲା । ଏହା ପରେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେଠାରେ ବିଏନଏସ ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking