23.1 C
Bhubaneswar
Monday, December 22, 2025
Homeଓଡିଶାବଜ୍ରପାତରେ ଦୁଇ ଚାଷୀ ମୃତ

ବଜ୍ରପାତରେ ଦୁଇ ଚାଷୀ ମୃତ

ବେତନଟୀ : ବଜ୍ରପାତରେ ଦୁଇ ଚାଷୀ ମୃତ । ମୟୂରଭଞ୍ଜ ଜିଲା ବେତନଟୀ ଥାନା ଖଡିଶୋଳ ପଞ୍ଚାୟତର ଡୁମାପଦା ଗାଁରେ ଅଭାବନୀୟ ଘଟଣା ଘଟିଛି।  ମଙ୍ଗଳବାର ବଜ୍ରପାତ ଯୋଗୁଁ ଚାଷ ଜମିରେ କାର୍ଯ୍ୟରତ ଦୁଇଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ବେତନଟୀ ଥାନା ଭୁଡ଼ୁରବଣୀ ଗାଁର ଗୋବିନ୍ଦ ମହାନ୍ତ ଓ ଶଙ୍ଖଯୋଡ଼ ଗାଁର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା। ଲଘୁଚାପଜନିତ ବର୍ଷା ଓ ବଜ୍ରପାତ ଫଳରେ ବିଲରେ କାମ କରୁଥିବା ଦୁଇ ଚାଷୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଉଭୟଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ  ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking